Thu. Jun 4th, 2026

ଓଡ଼ିଶାର ୭ ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କଲା କଂଗ୍ରେସ, ତାଲିକାରେ ୨ ମହିଳା ପ୍ରାର୍ଥୀ

196 Views

ଭୁବନେଶ୍ୱର: ଶୁକ୍ରବାର କଂଗ୍ରେସ ସାତଟି ଲୋକସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଆଇସିସି ପକ୍ଷରୁ ଏହି ତାଲିକା ଜାରି କରାଯାଇଛି। ଏହି ତାଲିକାରେ ୫ ଜଣ ନୂଆ ମୁହଁଙ୍କୁ ସ୍ଥାନ ଦିଆଯାଇଛି। କେନ୍ଦ୍ରାପଡ଼ା ଓ  ଜଗତ୍‌ସିଂହପୁରରେ  କଂଗ୍ରେସ ପୁରୁଣା ପ୍ରାର୍ଥୀଙ୍କୁ ଦୋହରାଇଛି। ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ପୁତ୍ର ନବଜ୍ୟୋତି ପଟ୍ଟନାୟକଙ୍କୁ ବାଲେଶ୍ୱରରୁ  ପ୍ରାର୍ଥୀ କରିଛି ଦଳ। ସେହିପରି କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କୁ ପୁରୀରୁ ପ୍ରାର୍ଥୀ କରାଯାଇଛି। ଏହି ତାଲିକାରେ ଦୁଇ ମହିଳା  ମଧୁମିତା ସେଠୀ (ଭଦ୍ରକ) ଓ ପ୍ରତିମା ମଲ୍ଲିକ (ଜଗତ୍‌ସିଂହପୁର)ଙ୍କୁ ସ୍ଥାନ ଦିଆଯାଇଛି। ଦଳ କେଉଁଝରରୁ ନବାଗତ ଫକିର ମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି।

କେନ୍ଦ୍ରାପଡ଼ାରୁ ଧରଣୀଧର ନାୟକ, ପୁରୀରୁ ସତ୍ୟପ୍ରକାଶ ନାୟକ, କେଉଁଝରରୁ ଫକିର ମୋହନ ନାୟକ, ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକରୁ ମଧୁମିତା ସେଠୀ, ଢେଙ୍କାନାଳରୁ କାମାକ୍ଷାପ୍ରସାଦ ସିଂହଦେଓ ଏବଂ ଜଗତ୍‌ସିଂହପୁରରୁ ପ୍ରତିମା ମଲ୍ଲିକ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ କଂଗ୍ରେସ ତରଫରୁ ଟିକେଟ୍‌ ପାଇଛନ୍ତି।

By amfnews

Related Post