Tue. Oct 13th, 2026

ଓ୍ଵାର୍ଲଡ୍‌ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ୍‌ସ୍‌-୨୦୨୦ର ଶ୍ରେଷ୍ଠ ୧୦୦ ତାଲିକାରେ କୌଣସି ଭାରତୀୟ ପ୍ରତିଷ୍ଠାନର ନାଁ ନାହିଁ

276 Views

ନୂଆଦିଲ୍ଲୀ  :  ସାତ ବର୍ଷ ମଧ୍ୟରେ ପ୍ରଥମ କରି ଟାଇମ୍‌ସ୍‌ ହାଇଅର୍‌ ଏଡୁକେସନ୍‌ (ଟିଏଚ୍‌ଇ) ପ୍ରସ୍ତୁତ ଓ୍ଵାର୍ଲଡ୍‌ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ୍‌ସ୍‌- ୨୦୨୦ ତାଲିକାର ଶ୍ରେଷ୍ଠ ୩୦୦ ତାଲିକା ମଧ୍ୟରେ କୌଣସି ଭାରତୀୟ ପ୍ରତିଷ୍ଠାନର ନାମ ନାହିଁ। ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସ୍‌, ବାଙ୍ଗାଲୋର୍‌ ଏବଂ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ରୋପାର୍‌ ଏହି ତାଲିକାର ୩୦୧ ଏବଂ ୩୫୦ରେ ରହିଛି।

ଆଇଆଇଟି-ମୁମ୍ବାଇ ଏବଂ ଖଡ଼ଗପୁର ୪୦୧ ଏବଂ ୫୦୦ ର‍୍ୟାଙ୍କିଙ୍ଗ୍‌ରେ ରହିଛି। ଗତବର୍ଷ ୨୫୧-୩୦୦ ର‍୍ୟାଙ୍କିଙ୍ଗ୍‌ ମଧ୍ୟରେ ଥିବା ଆଇଆଇଏସ୍‌ସି ଏ ବର୍ଷ ୫୦ ସ୍ଥାନ ତଳକୁ ଖସି ଆସିଛି। ରିସର୍ଚ ସାଇଟେସନ୍‌ କ୍ଷେତ୍ରରେ ରୋପାର୍‌ ଏବଂ ଇନ୍ଦୋର ଭଳି ନୂଆ ଆଇଆଇଟି ପୁରାତନ ଓ ପ୍ରତିଷ୍ଠିତ ଆଇଆଇଟି ଠାରୁ ଆଗରେ ରହିଛି। ୨୦୨୦ ସଂସ୍କରଣରେ ଅକସ୍‌ଫୋର୍ଡ ବିଶ୍ୱବିଦ୍ୟାଳୟ କ୍ରମାଗତ ଚତୁର୍ଥ ଥର ନିମନ୍ତେ ପ୍ରଥମ ସ୍ଥାନରେ ରହିଛି। ଟିଏଚ୍‌ଇ ଓ୍ଵର୍ଲଡ୍‌ ୟୁନିଭର୍ସିଟି ର‍୍ୟାଙ୍କିଙ୍ଗ୍‌ସ୍‌ ୨୦୨୦ରେ ବିଶ୍ୱର ୯୨ଟି ଦେଶରୁ ପ୍ରାୟ ୧୪୦୦ ବିଶ୍ୱବିଦ୍ୟାଳୟ ସାମିଲ କରାଯାଇଛି।

By amfnews

Related Post