Thu. Sep 10th, 2026

ଓଡିଶାର ଦୁଇ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ କଲେ ରାଷ୍ଟ୍ରପତି

426 Views

ଭୁବନେଶ୍ବର, ସେପ୍ଟେମ୍ବର ୦୫ : ଗୁରୁଦିବସ ଅବସରରେ ଓଡିଶାର ଦୁଇଜଣ ଶିକ୍ଷକ ବସନ୍ତ କୁମାର ସାହୁ ଏବଂ ତାପସ କୁମାର ମହାନ୍ତିଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ମିଳିଛି। ଏଥିସହ ଦେଶର ମୋଟ ୪୭ ଜଣ ଶିକ୍ଷକଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସମ୍ମାନ ପ୍ରଦାନ କରିଛନ୍ତି ।

ବସନ୍ତ କୁମାର ସାହୁ ବର୍ତ୍ତମାନ ବୌଦ୍ଧ ଜିଲ୍ଲା ହରଭଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ଭାବେ ଦାୟିତ୍ଵ ତୁଲାଉଛନ୍ତି। ସେହିପରି ତାପସ କୁମାର ମହାନ୍ତି ଖୋର୍ଦ୍ଧା ଜିଲ୍ଲାର ଭୀମଭୋଇ ଦୃଷ୍ଟିବାଧିତ ବିଦ୍ୟାଳୟରେ ଶିକ୍ଷକତା କରୁଛନ୍ତି।

ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସେମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି।

By amfnews

Related Post