Fri. Aug 28th, 2026

ଓଡିଶାରେ ଟିକା ପାଇଁ ହେବ ଗ୍ଲୋବାଲ ଟେଣ୍ଡର,କରୋନା କାଳରେ ସୁବିଧାରେ ଟିକା ପାଇବେ ରାଜ୍ୟବାସୀ

415 Views

ଭୁବନେଶ୍ବର, ମେ ୧୧ : ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଡକାଯିବ । ଗ୍ଲୋବାଲ ଟେଣ୍ଡର ଜାରି କରିବା ପାଇଁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟବାସୀଙ୍କୁ ଟିକା ସୁବିଧାରେ ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି । ଟିକା ପାଇଁ ରାଜ୍ୟ ସରକାର ଆହ୍ୱାନ କରିବେ ଗ୍ଲୋବାଲ ଟେଣ୍ଡରା। ବିଭିନ୍ନ ଟିକା କଂପାନୀରୁ ଟିକା ସଂଗ୍ରହ ପାଇଁ ହେବ ଗ୍ଲୋବାଲ ଟେଣ୍ଡର।

ରାଜ୍ୟବାସୀ ସୁବିଧାରେ ଟିକା ପାଇବାକୁ ସରକାର ଏହି ପଦକ୍ଷେପ ନେଇଛନ୍ତି। ଏହା ସହ ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି କରିଛି ରାଜ୍ୟ ।

By amfnews

Related Post