Sun. Sep 13th, 2026

ଓଡିଆ ସାହିତ୍ୟ ପାଠଚକ୍ର ପକ୍ଷରୁ ମାସିକ କବିତା ପାଠୋତ୍ସବ

639 Views

ରାଉରକେଲା, ୩୧/୭ : ସେକ୍ଟର-୨ ଖରିଆବାହାଲ ସ୍ଥିତ ପୁରାତନ ଅନୁଷ୍ଠାନ ଓଡିଆ ସାହିତ୍ୟ ପାଠଚକ୍ର ପକ୍ଷରୁ ମାସିକ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଂଶଗ୍ରହଣ କରିଥିବା କବିମାନେ କବିତା ମାଧ୍ୟମରେ ସମାଜକୁ କିପରି ସ୍ୱଚ୍ଛ ସୁନ୍ଦର କରାଯାଇପାରିବ ତା ଉପରେ ସୂଚାଇଥିଲେ ।

କବିତାଗୁଡିକ ମଧ୍ୟରେ ବର୍ଷା ବର୍ଣ୍ଣନା, ପରିବେଶ ସୁରକ୍ଷା, ମାନବ ଜୀବନରେ ଧର୍ମଚେତନା ତଥା ବର୍ଷାଋତୁରେ ପାଳନ କରାଯାଉଥିବା ପର୍ବପର୍ବାଣୀର ମହନୀୟତା ସମ୍ପର୍କରେ ବର୍ଣ୍ଣନା କରାଯାଇଥିଲା । ଏହି ଆସରରେ ପ୍ରବୃଦ୍ଧ କବିବୃନ୍ଦ ଜଳଧର ପ୍ରଧାନ, କଲ୍ୟାଣ କୁମାର ସାହୁ, ରମେଶ ଚନ୍ଦ୍ର ରାଉତ, କ୍ଷୀରୋଦ କୁମାର ଜେନା, କମଳାକାନ୍ତ ଦାସ, ଉର୍ବଶୀ ଦାସପତି, ଗଗନ ବିହାରୀ ନାୟକ, ତାରିଣୀ ଚରଣ ସାହୁ, ନରେନ୍ଦ୍ରନାଥ ମଲ୍ଲିକ, ଶ୍ରେୟଶୀ ସାହୁ ଅଂଶଗ୍ରହଣ କରିଥିଲେ ।

ପରିଚାଳନା ଦାୟିତ୍ୱରେ କ୍ଷୀରୋଦ କୁମାର ଜେନା, ସମୀକ୍ଷା କରିଥିଲେ କଲ୍ୟାଣ କୁମାର ସାହୁ ଓ ଜଳଧର ପ୍ରଧାନ । ସଭାପତି ନରେନ୍ଦ୍ରନାଥ ମଲ୍ଲିକ ଉକ୍ତ ଆସରରେ ଅଧ୍ୟକ୍ଷତା କରିଥିବା ବେଳେ ଏହି ଅବସରରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

Related Post