Wed. Jul 22nd, 2026

ଓଡ଼ିଶାରେ ପ୍ରଥମ: ହସ୍ତଶିଳ୍ପର ପ୍ରୋତ୍ସାହନ ପାଇଁ ନୀତି

265 Views

ଭୁବନେଶ୍ବର, ଜାନୁଆରୀ ୩୦ :ରାଜ୍ୟ ସରକାର ଆଜି ପ୍ରଥମ ଥର ପାଇଁ ଓଡ଼ିଶା ହସ୍ତଶିଳ୍ପ ନୀତି ପ୍ରସ୍ତୁତ କରିଛନ୍ତି। ଏ ସଂକ୍ରାନ୍ତ ପ୍ରସ୍ତାବକୁ କ୍ୟାବିେନଟ୍ ଅନୁମୋଦନ େଦଇଛନ୍ତି। ଆଜି ଏହି ନୀତିର ଆବଶ୍ୟକତା ସଂକ୍ରାନ୍ତରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ କହିଥିଲେ, ରାଜ୍ୟରେ ହସ୍ତଶିଳ୍ପକୁ ଏକ ପ୍ରଗତିଶୀଳ ଓ ଚିରସ୍ଥାୟୀ େକ୍ଷତ୍ରରେ ପରିଣତ କରିବା, େଦଶୀୟ ଓ ଆନ୍ତର୍ଜାତୀୟ ବଜାରରେ ରାଜ୍ୟର ବଜାର ଅଂଶ ବୃଦ୍ଧି କରିବା, ହସ୍ତଶିଳ୍ପ କାରିଗରଙ୍କ ଆୟ ଓ ଜୀବିକାର ଉନ୍ନତି, କାରିଗରଙ୍କ ଆୟ ବଢାଇବା ତଥା ସାଂସ୍କୃତିକ, ଐତିହ୍ୟ ଓ ଓଡ଼ିଶାର ହସ୍ତଶିଳ୍ପର ପରିଚୟକୁ ସଂରକ୍ଷଣ କରିବା ଲାଗି ସରକାର ଏଭଳି ପଦକ୍ଷେପ େନଇଛନ୍ତି।

ଏହି ନୀତିରେ େସମାନଙ୍କ ଉତ୍ପାଦିତ ଦ୍ରବ୍ୟ ପାଇଁ କଞ୍ଚାମାଲର ସହଜ ଉପଲବ୍ଧି, ବଜାର, ଜୀବନ ଶୈଳୀ, ପ୍ୟାକେଜିଂ, ହସ୍ତଶିଳ୍ପ ସାମଗ୍ରୀର ନିର୍ଧାରିତ ବିକ୍ରୟ ବ୍ୟବସ୍ଥା ପାଇଁ ବାଟ େଖାଲାଯାଇଛି। ସେହିଭଳି କାରିଗରି କୌଶଳ ବିକାଶ ପାଇଁ ଦକ୍ଷତା ବୃଦ୍ଧି, ଏ େକ୍ଷତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଔେଦ୍ୟାଗିକ ଜ୍ଞାନ େପ୍ରାତ୍ସାହନ ଓ କାରିଗରଙ୍କୁ ବିଭିନ୍ନ ସାମାଜିକ ନିରାପତ୍ତା ଓ କଲ୍ୟାଣ େଯାଜନାରେ ଅନ୍ତର୍ଭୁକ୍ତ କରିବା ପାଇଁ ଏହି ନୀତିରେ ବ୍ୟବସ୍ଥା େହବ। ଏହି ନୀତିରେ କାରିଗରଙ୍କୁ ସରକାର େକ୍ଷତ୍ରୀୟ ସହାୟତା ମଧ୍ୟ ପ୍ରଦାନ କରିବେ। ବ୍ୟାଙ୍କ ଋଣ ପାଇଁ ପ୍ରାନ୍ତିକ ରାଶି ସହାୟତା, ସ୍ବୟଂ ସହାୟକ େଗାଷ୍ଠୀ ଭିତ୍ତିକ ପୁଞ୍ଜି ବିକାଶ, ଲୁପ୍ତ ପ୍ରାୟ ହସ୍ତଶିଳ୍ପ କଳାର ପୁନରୁଦ୍ଧାର, ବିକ୍ରିବଟା, ହସ୍ତଶିଳ୍ପ ପ୍ରଶିକ୍ଷଣ ଅନୁଷ୍ଠାନ, ହସ୍ତଶିଳ୍ପ ପାର୍କ ଇତ୍ୟାଦି ପାଇଁ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦିଆଯିବ। ମୁଖ୍ୟ ହସ୍ତଶିଳ୍ପ ପୁଞ୍ଜକୁ େହରିେଟଜ୍ ଭିଲେଜ ଭାବରେ ବିକାଶ କରାଯିବ ଓ େପ୍ରାତ୍ସାହନ ସମ୍ବନ୍ଧୀୟ ସଚେତନତା ଓ ପରିଚାଳନା ପାଇଁ ସହାୟତା େକନ୍ଦ୍ର ପ୍ରତିଷ୍ଠା କରାଯିବ।

By amfnews

Related Post