Thu. May 16th, 2024

ଓକିଲଙ୍କୁ ଛୁରା ମାଡ଼, ଅଭିଯୁକ୍ତ ଗିରଫ

rklsanchar@gmail.com' By J.N. Pradhan Sep 13, 2018 #Featured
211 Views

ରାଉରକେଲା, ୧୧ା୯ : ରାଉରକେଲାର ଜଣେ ଆଇନ୍ଜୀବୀଙ୍କୁ ଛୁରା ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଛୁରା ମାଡ କରିଥିବା ଯୁବକକୁ ପୁଲିସ ଗିରଫ କରିଛି । ଆଜି ତାକୁ କୋର୍ଟ ଚାଲାଣ କରାଯିବ । ସୂଚନା ଅନୁଯାୟୀ ସେକ୍ଟର-୨ ବସ୍ଷ୍ଟାଣ୍ଡ ଟିକେଟ କାଉଣ୍ଟର ନିକଟରେ ଏହି ଘଟଣା ଘଟିଛି । ଡେଲି ମାର୍କେଟ ଅଞ୍ଚଳରେ ରହୁଥିବା ଶ୍ରୀ ରାୟ ସେକ୍ଟର-୨ ବସ୍ଷ୍ଟାଣ୍ଡ କାଉଣ୍ଟରକୁ ଟିକେଟ କିଣିବା ପାଇଁ ଯାଇଥିଲେ ।

ସେକ୍ଟର-୪ ଏ ବ୍ଲକରେ ରହୁଥିବା ସୋମନାଥ ମିଶ୍ର ନାମକ ଯୁବକ ସେହି କାଉଣ୍ଟର ନିକଟରେ ଛିଡା ହୋଇଥିଲା । ତେବେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଉଭୟ ଉଭୟଙ୍କୁ ଠେଲାପେଲା କରିବା ପର୍ଯ୍ୟନ୍ତ କଥା ଯାଇଥିଲା । ଏଥିରେ ସୋମନାଥ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଆଇନ୍ଜୀବୀଙ୍କୁ ଏକ ଧାରୁଆ ଛୁରୀରେ ଆକ୍ରମଣ କରିଥିଲା । ଛୁରା ମାଡ଼ରେ ଆଇନ୍ଜୀବୀଙ୍କ ଏକ ଆଙ୍ଗୁଳିରେ ଗଭୀର ଆଘାତ ଲାଗିଛି । ଆକ୍ରମଣକାରୀ ସୋମନାଥକୁ ପୁଲିସ ଗିରଫ କରିଛି ।

Related Post