Wed. Oct 14th, 2026

ଓଏଏସ୍‌ ସ୍ତରରେ ଅଦଳ ବଦଳ: ବରଗଡ଼ ଜିଲ୍ଲାପାଳ ହେଲେ ଜ୍ୟୋତିରଞ୍ଜନ ପ୍ରଧାନ

336 Views

ଭୁବନେଶ୍ୱର: ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍‌) ସ୍ତରରେ ରାଜ୍ୟ ସରକାର ଗୁରୁବାର ଅଦଳ ବଦଳ କରିଛନ୍ତି। ବରଗଡ଼ ଜିଲ୍ଲାପାଳ ଭାବେ ଜ୍ୟୋତିରଞ୍ଜନ ପ୍ରଧାନଙ୍କୁ ନିଯୁକ୍ତି ମିଳିଥିବା ବେଳେ ଝାରସୁଗୁଡ଼ା ଜିଲ୍ଲାପାଳ ଭାବେ ସରୋଜ ସାମଲଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ଇନ୍ଦ୍ରମଣି ତ୍ରିପାଠୀଙ୍କୁ ରାଜ୍ୟ ସରକାର ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ (ମ୍ୟାନେଜିଂ ଡାଇରେକ୍ଟର) ଭାବେ ନିଯୁକ୍ତି ଦେଇଥିବା ବେଳେ ଶରତ ଚନ୍ଦ୍ର ମିଶ୍ରଙ୍କୁ ଶ୍ରମ ଓ ଇଏସ୍‌ଆଇ ବିଭାଗରେ ସ୍ୱତନ୍ତ୍ର ନିଯୁକ୍ତି ଦେଇଛନ୍ତି। ବନାନୀ ମହାନ୍ତିଙ୍କୁ କୃଷି ଓ କୃଷକ ସଶକ୍ତୀକରଣ ଅତିରିକ୍ତ ସଚିବ ଦାୟିତ୍ୱ ମିଳିଛି।

By amfnews

Related Post