Thu. May 14th, 2026

ଏୟାର ଇଣ୍ଡିଆ ବିମାନରେ ପ୍ଲାଷ୍ଟିକ୍‌ର ବ୍ୟବହାର ଉପରେ ଲାଗିଲା ନିଷେଧାଦେଶ; ଗାନ୍ଧୀ ଜୟନ୍ତୀରୁ ହେବ କାର୍ଯ୍ୟକାରୀ

198 Views

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ସମସ୍ତ ବିମାନରେ ଥରେ ବ୍ୟବହାର ହୋଇ ପାରୁଥିବା ପ୍ଲାଷ୍ଟିକ୍‌ ଉପରେ ନିଷେଧାଦେଶ ଜାରି କରିଛନ୍ତି। ଏହି ନିଷେଧାଦେଶ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ ବିମାନ ସମେତ ଏୟାର ଇଣ୍ଡିଆର ସମସ୍ତ ସହଯୋଗୀ ବିମାନରେ ଲାଗୁହେବ। ଦ୍ୱିତୀୟ ପର୍ଯ୍ୟାୟରେ ଏହି ନିଷେଧାଦେଶ ଦେଶର ସମସ୍ତ ଏୟାର ଇଣ୍ଡିଆ ବିମାନରେ ଲାଗୁ କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଘୋଷଣା କରାଯାଇଛି।

ଏହି ନିଷେଧାଦେଶ ଲାଗୁ ହେବା ପରେ ବିମାନ ଭତରେ ଆଉ ପ୍ଲାଷ୍ଟିକ୍‌ ବ୍ୟାଗ୍‌, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ପାଣିବୋତଲ, ଷ୍ଟ୍ର, ପ୍ୟାକେଟ ଇତ୍ୟାଦିର ଆଉ ବ୍ୟବହାର ହୋଇ ପାରିବ ନାହିଁ। ଏହା ବଦଳରେ ଯାତ୍ରୀମାନଙ୍କ ପାଇଁ ବିମାନ ମଧ୍ୟରେ କାଗଜ, କାଠ ଇତ୍ୟାଦିରୁ ପ୍ରସ୍ତୁତ ପରିବେଶ ଅନୁକୂଳ ବ୍ୟାଗ୍‌, କପ୍‌, ପ୍ଲେଟ୍‌, ଗ୍ଲାସ୍‌, ପାଣିବୋତଲ, ଷ୍ଟ୍ର, ପ୍ୟାକେଟ ଇତ୍ୟାଦିର ବ୍ୟବହାର କରାଯିବ ବୋଲି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି।

By amfnews

Related Post