Fri. May 17th, 2024

ଏୟାର ଇଣ୍ଡିଆର ବଡ଼ ଉପହାର; ବରିଷ୍ଠ ନାଗରିକଙ୍କୁ ୫୦% ଭଡାରେ ଯାତ୍ରା ସୁବିଧା!

By amfnews Dec 17, 2020 #Featured
145 Views

ନୂଆଦିଲ୍ଲୀ, ଡିସେମ୍ବର ୧୭ : ଦେଶର ବରିଷ୍ଠ ନାଗରିକଙ୍କୁ ସରକାର ବିମାନ କଂପାନୀ ଏୟାର ଇଣ୍ଡିଆ ନୂଆ ବର୍ଷରୁୁ ଏକ ବଡ଼ ଉପହାର ଦେବାକୁ ଯାଉଛି । ୬୦ ବର୍ଷରୁ ଉର୍ଦ୍ଧ୍ୱ ଯାତ୍ରୀଙ୍କୁ ଏବେ କଂପାନୀ କମ ଭଡାରେ ଭାରତ ବୁଲାଇବ । କଂପାନୀ ନିଜର ପ୍ଲାନ ସଂପର୍କରେ ୱେବସାଇଟରେ ସୂଚନା ଦେଇଛି । 

ଜାଣନ୍ତୁ ଯୋଜନା

-ଏହି ଯୋଜନାରୁ ୬୦ ବର୍ଷରୁ ଉର୍ଦ୍ଧ୍ୱ ଭାରତୀୟ ନାଗରିକ ଲାଭ ଉଠାଇପାରିବେ । 

-ଇକୋନୋମୀ କ୍ୟାବିନରେ ବୁକିଂ ଶ୍ରେଣୀରେ ମୂଳ ଭଡା ୫୦ ପ୍ରତିଶତ ଲାଗିବ ।

-ଏହି ଟିକେଟରେ ଭାରତର ଯେକୌଣସି ସ୍ଥାନକୁ ଯାତ୍ରା କରିହେବ ।

-ଟିକେଟ ଜାରି କରିବାର ତାରିଖ ୧ ବର୍ଷ ଯାଏଁ ଲାଗୁ ହେବ । 

ବିମାନ କଂପାନୀ ପକ୍ଷରୁ କୁହାଯାଇଛି ଯେ, ଶିଶୁମାନଙ୍କ ପାଇଁ ରିହାତି ରହିବ ନାହିଁ । ବରିଷ୍ଠ ନାଗରିକଙ୍କୁ ବୋର୍ଡିଙ୍ଗ ପାସ ନେବା ସମୟରେ ନିଜର ବୟସ ସଂପର୍କିତ ପ୍ରମାଣପତ୍ର ସାଥୀରେ ନେବାକୁ ପଡିବ । ବୟସର ପ୍ରମାଣ ପତ୍ର ଦେଖାଇ ନପାରିଲେ, ପୂରା ଭଡା ଦେବାକୁ ପଡ଼ିବ । 

By amfnews

Related Post