Tue. Aug 18th, 2026

ଏସ୍‌ଆଇଏଚ୍‌ଏମ୍‌ରେ ‘ଦାୱତ୍‌- ଏ- ଦର୍‌ବାର୍‌’ : ଶେଖ୍‌ ବେଶରେ ସଜେଇ ହେଲେ ଜିଲ୍ଲାପାଳ, ଆରବ ଦେଶର ଝଲକ ଦେଖାଇଲେ ଛାତ୍ରଛାତ୍ରୀ

248 Views

ବଲାଙ୍ଗୀର : ବଲାଙ୍ଗୀରସ୍ଥିତ ରାଜ୍ୟ ହୋଟେଲ ମ୍ୟାନେଜମେଣ୍ଟ ସଂସ୍ଥାରେ ଶୁକ୍ରବାର ଆରବୀୟ ଖାଦ୍ୟ ମେଳା ‘ଦାୱତ୍‌ ଏ ଦର୍‌ବାର୍‌’ ଅନୁଷ୍ଠିତ ହୋଇଥିଲା। କେବଳ ଖାଦ୍ୟ ପ୍ରସ୍ତୁତିରେ ସୀମିତ ନ ଥିଲା କାର୍ଯ୍ୟକ୍ରମ। ଏଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ‌ମଧ୍ୟ ଆରବୀୟ ଶୈଳୀରେ ବେଶଭୂଷା ଧାରଣ କରିଥିଲେ। ଏସ୍‌ଆଇଏଚ୍‌ଏମ୍‌ର ଅଧ୍ୟକ୍ଷ ସୁରେଶ ଏକନାଥଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ତହସିଲଦାର ଲଲାଟ ଲୁହା ଓ ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ ଯୋଶୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାପାଳଙ୍କୁ ଶେଖ୍ ଭାବେ ସଜେଇ ମୁଣ୍ଡରେ ଆପ୍ରନ ପିନ୍ଧା ଯାଇଥିଲା।

କାର୍ଯ୍ୟକ୍ରମରେ ଧୀମା ଆଲୁଅ ସହ ନେପଥ୍ୟରେ ଆରବ ଦେଶର ସଙ୍ଗୀତ ଶୁଭୁଥିଲା। ଦର୍‌ବାର୍‌ ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ଅତିଥିଙ୍କୁ ଖାଦ୍ୟ ପରସିଥିଲେ। ସେପଟେ ଆରବୀୟ ସଙ୍ଗୀତର ତାଳେ ତାଳେ ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ। ଜିଲ୍ଲାପାଳ ଶ୍ରୀ ଡାକୁଆ ଏସ୍‌ଆଇଏଚ୍‌ଏମ୍‌ର ‘ଦାୱତ- ଏ-ଦର୍‌ବାର୍‌’ ଏକ ସାଧାରଣ କାର୍ଯ୍ୟକ୍ରମ ନୁହେଁ,‌ ଏହା ଭାଇଚାରାର ସନ୍ଦେଶ ଦେଇଛି ବୋଲି କହିଥିଲେ।

By amfnews

Related Post