Thu. Jun 11th, 2026

ଏସିଆନ ଗେମ୍ସ: ୨୦୦ ମିଟରର ସେମିଫାଇନାଲରେ ଦୁତି ଚାନ୍ଦ

579 Views

ଜାକର୍ତ୍ତା: ପୁଣି ଏସିଆନ୍‌ ଗେମ୍ସରେ ଚମକ ଦେଖାଇଛନ୍ତି ଓଡ଼ିଆ ଝିଅ ଦୁତି ଚାନ୍ଦ। ୧୦୦ ମିଟର ଦୌଡ଼ରେ ଭାରତ ପାଇଁ ରୌପ୍ୟପଦକ ଜିଣିଥିବା ଦୁତି ଚାନ୍ଦ ଏସିଆନ ଗେମ୍‌ସରେ ମହିଳା ୨୦୦ ମିଟର ଇଭେଣ୍ଟରେ ସେମିଫାଇନାଲରେ ପଅବେଶ କରିଛନ୍ତି। ଦୁତିଙ୍କ ସହିତ ଅନ୍ୟତମ ଭାରତୀୟ ଧାବିକା ହୀମା ଦାସ ମଧ୍ୟ ୨୦୦ ମିଟର ସେମି ଫାଇନାଲରେ ପ୍ରବେଶ କରିଛନ୍ତି।


କ୍ୱାଲିଫାଇଙ୍ଗ ରାଉଣ୍ଡର ଚତୁର୍ଥ ହିଟରେ ରହିଥିବା ଦୂତୀ ଚାନ୍ଦ ଅନ୍ୟ ୭ ଜଣଙ୍କୁ ପଛରେ ପକାଇ ସେମିଫାଇନାଲରେ ପହଞ୍ଚିିଛନ୍ତ। ଏହି ୨ ଶହ ମିଟର ଦୂରତାକୁ ଦୁତି ମାତ୍ର ୨୩. ୩୭ ସେକେଣ୍ଡରେ ଅତିକ୍ରମ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି।
୨୦୦ ମିଟର ସେମିଫାଇନାଲରେ ପ୍ରବେଶ ପରିବା ପରେ ଦୁତି ଚାନ୍ଦ କହିଛନ୍ତି ଯେ ଆଜି ସନ୍ଧ୍ୟାରେ ହେବାକୁ ଥିବା ୨ଶହ ମିଟର ଦେଡର ସେମିଫାଇନାଲ ଜିଣି ସେ ଫାଇନାଲରେ ପ୍ରବେଶ କରିବେ ବୋଲି ଆଶାବାଦୀ ଥିବା ଦୁତି ଚାନ୍ଦ କହିଛନ୍ତି। ସେହିପରି ୨ଶହ ମିଟର ଦୌଡ଼ରେ ଦେଶ ପାଇଁ ପଦକ ଜିଣିବେ ବୋଲି ସେ ଆଶା କରୁଛନ୍ତି ବୋଲି ଦୁତି କହିଛନ୍ତିି।

By amfnews

Related Post