Sun. May 12th, 2024

ଏସସିବିରୁ କୋଭିଡ ଡ୍ୟୁଟି ପାଇଁ ଯାଉଥିବା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ

By amfnews May 8, 2021 #Featured
192 Views

ନୟାଗଡ, ମେ ୦୮ :

କରୋନା ଡ୍ୟୁଟି ପାଇଁ କଟକ ବଡ ମେଡିକାଲରୁ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ନେଇ ବଲାଙ୍ଗୀର ଅଭିମୁଖେ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ନୟାଗଡରେ ଏକ ଗଛରେ ପିଟି ହୋଇଯାଇଛି ବସ୍ ।

ବିଳମ୍ବିତ ରାତିରେ ବସ୍‌ଟି ନୟାଗଡ଼ ଜିଲ୍ଲା ଅତିକ୍ରମ କରୁଥିବା ବେଳେ ବାଣିଗୋଛା ଥାନା ଦୁର୍ଗାପ୍ରସାଦଠାରେ ଏକ ଗଛରେ ପିଟି ହୋଇଛି । ଦୁର୍ଘଟଣାରେ ବସ୍‌ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀମାନେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ହୋଇଥିବା ବେଳେ ଡାକ୍ତରୀ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବାରୁ ତାଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି ।

By amfnews

Related Post