Wed. Sep 9th, 2026

ଏଲ୍‌ଆଇସି ଅଫିସରେ ନାଗ ସାପ

234 Views

ଝାରସୁଗୁଡ଼ା : ସ୍ଥାନୀୟ ଏଲ୍‌ଆଇସି ଅଫିସ ଭିତରେ ଏକ ନାଗ ସାପ ପଶି ଯାଇଥିବାରୁ କର୍ମଚାରୀମାନେ ଆତଙ୍କିତ ହୋଇ ପଡ଼ିଥିଲେ। ପରେ ସ୍ନେକ ହେଲ୍‌ପ ଲାଇନ୍‌ର ସଦସ୍ୟ ଆସି ସାପଟିକୁ ଉଦ୍ଧାର କରିଥିଲେ। ଗୁରୁବାର ସନ୍ଧ୍ୟାରେ କର୍ମଚାରୀମାନେ କାମ ସାରି ବାହାରୁଥିବା ବେଳେ ଉପର ମହଲାକୁ ଯାଇଥିବା ସିଡିର ରେଲିଂ ଦେଇ ଏହି ୪ ଫୁଟ ଲମ୍ବର ଏହି ନାଗ ସାପ ଉପରକୁ ଯାଉଥିବା ଦେଖି ଆତଙ୍କିତ ହୋଇ ଯାଇଥିଲେ। ସାପଟି ରେଲିଂରେ ବହୁ ସମୟ ଧରି ରହିବାରୁ ଉପରେ ଥିବା କର୍ମଚାରୀ ମାନେ ଆଉ ତଳକୁ ଓହ୍ଲାଇ ପାରି ନଥିଲେ। ପରେ ଖବର ପାଇ ସ୍ନେକ ହେଲ୍‌ପ ଲାଇନ୍‌ର ସଦସ୍ୟ ପଞ୍ଚପଡ଼ାର ତୀର୍ଥବାସୀ ପଟେଲ ଆସି ସାପଟିକୁ ଧରିଥିଲେ।

By amfnews

Related Post