Fri. May 22nd, 2026

ଏଲ୍ଆଣ୍ଡଟି କାଂଶବାହାଲ ୱାର୍କର୍ସରେ ସ୍ୱୀକୃତିପ୍ରାପ୍ତ ୟୁନିୟନ ଦ୍ୱାରା ଦୀର୍ଘମିଆଦୀ ଚୁକ୍ତିନାମା ସ୍ୱାକ୍ଷରିତ

260 Views

ରାଉରକେଲା, ୨୮ା୧୧ : ଏଲ୍ଆଣ୍ଡଟି କାଂଶବାହାଲ ୱାର୍କର୍ସର ସମସ୍ତ ଶ୍ରମିକମାନଙ୍କ ପାଇଁ ଦୀର୍ଘମିଆଦୀ ଚୁକ୍ତିନାମା ସ୍ୱୀକୃତିପ୍ରାପ୍ତ ୟୁନିୟନ କାଂଶବାହାଲ ଶ୍ରମିକ ସଂଘ ଦ୍ୱାରା ସ୍ୱାକ୍ଷିତ ହୋଇଛି । ୟୁନିୟନ ସଭାପତି ଡ.ରାମ ଚନ୍ଦ୍ର ଖୁଣ୍ଟିଆଙ୍କ ତତ୍ତ୍ୱାବଧାନରେ ଉପଶ୍ରମ କମିଶନରଙ୍କ ରାଉରକେଲା ସ୍ଥିତ କାର୍ଯ୍ୟାଳୟରେ ଏଲ୍ଆଣ୍ଡଟି କର୍ତ୍ତୃପକ୍ଷ, ଶ୍ରମିକ ସଂଘର ଅଫିସ ବିୟରର ଓ ଶ୍ରମ କମିଶନରଙ୍କ ଉପସ୍ଥିତିରେ ଏହି ତ୍ରିପାକ୍ଷିକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି । ଫଳରେ ଶ୍ରମିକମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।

ଏହି ରାଜିନାମା ଅନୁଯାୟୀ ରେଟ୍ରୋସ୍ପେକ୍ଟିଭ ହେବ, ଆଭରେଜ ଇନ୍କ୍ରିମେଣ୍ଟ ୫ ହଜାର ୭୭୯ ଟଙ୍କା, ସର୍ବନିମ୍ନ ୪ ହଜାର ୫୧୩ ଟଙ୍କା ଓ ସର୍ବାଧିକ ୬ ହଜାର ୯୫୮ ଟଙ୍କା, ଏକ୍ସଗ୍ରାସିଆ ବୋନସ ରିୱାର୍ଡ ସ୍କିମ୍ (ଇବିଆର୍) ଉତ୍ପାଦନ ଭିତ୍ତିକ ହେବ, ଓୱାଇଏଚ୍ଏସ୍ ୧,୯୫,୦୦୦ୟ-, ସବ୍ସିଡି ୨୫ ହଜାର ଟଙ୍କା, ମେଡିକ୍ଲେମ୍ ୧,୦୦,୦୦୦/-, ୨୩ରୁ ୨୫ ବର୍ଷ ପର୍ଯ୍ୟନ୍ତ ଶିକ୍ଷା ଋଣ, ରିମ୍ବର୍ସ ମେଣ୍ଟ ୫୨ ହଜାର ଟଙ୍କା, ଫ୍ଲେକ୍ସି ଲୋନ ୯ ହଜାର ଟଙ୍କା, ଗାଡି ଲୋନ୍ ୬୫ ହଜାର ଟଙ୍କା, ଡିଏ ସାଢେ ୪ ଟଙ୍କା ପଏଣ୍ଟ ପ୍ରତି ରହିଛି ।

ସେହିପରି ଗ୍ରେଡ୍-୫ରେ ୪ ହଜାର ୫୧୩ ଟଙ୍କା, ଗ୍ରେଡ୍-୪ରେ ୪ ହଜାର ୮୮୮ ଟଙ୍କା, ଗ୍ରେଡ୍-୩ ଓ ଏସ୍ଏ’ରେ ୫ ହଜାର ୩୧୪ ଟଙ୍କା, ଗ୍ରେଡ୍-୨ ଓ ଏସ୍ବିରେ ୫ ହଜାର ୭୭୯ ଟଙ୍କା, ଗ୍ରେଡ୍-୧ ଓ ଏସ୍ସିରେ ୬ ହଜାର ୧୪୮ ଟଙ୍କା, ସ୍ପେଶାଲ ଓ ଏସ୍ଡି ଗ୍ରେଡ୍ରେ ୬ ହଜାର ୫୪୦ ଟଙ୍କା, ବରିଷ୍ଠ ସ୍ପେଶାଲ ଓ ଏସ୍ଇ ଗ୍ରେଡ୍ରେ ୬ ହଜାର ୯୫୮ ଟଙ୍କା ବୃଦ୍ଧି ପାଇଛି । ଏହି ଚୁକ୍ତିନାମାରେ ଶ୍ରମିକ ସଂଘ ତରଫରୁ ସଭାପତି ଡ.ରାମ ଚନ୍ଦ୍ର ଖୁଣ୍ଟିଆ, ସାଧାରଣ ସମ୍ପାଦକ ଭିକାରୀ ଚରଣ ପାଣିଗ୍ରାହୀ, କାର୍ଯ୍ୟକାରୀ ସଭାପତି ଆନନ୍ଦ ଲାକ୍ରା, ଉପସଭାପତି ଭାବେ ଜଗଦିଶ ସିଂ, ସୁନୀଲ କୁମାର ସ୍ୱାଇଁ, ପଙ୍କଜ ବେହେରା, ରାମ ଚନ୍ଦ୍ର ନାୟକଙ୍କ ସମେତ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ସିଂ ଓ ପ୍ରକାଶ କୁମାର ପାହି, ସଚିବ କୃଷ୍ଣ ଚନ୍ଦ୍ର ଦାଶ, କୋଷାଧ୍ୟକ୍ଷ ବାଦଲ କୁମାର ପ୍ରଧାନ ପ୍ରମୁଖ ସ୍ୱାକ୍ଷର କରିଥିଲେ ।

By amfnews

Related Post