Sat. Jul 4th, 2026

ଏମ୍‌ସରେ ନିଯୁକ୍ତି ନାଁରେ ଅଧ କୋଟି ଚଳୁ, ଜେଲ୍‌ ଗଲେ ଲେଡି ୪୨୦ ଓ ଧରମଭାଇ

179 Views

ଖଣ୍ଡଗିରି  : ଭୁବନେଶ୍ବର ଏମ୍‌ସରେ ଚାକିରି କରାଇବା ବାହାନାରେ ପ୍ରାୟ ଅଧ କୋଟିରୁ ଅଧିକ ଟଙ୍କା ଚଳୁ କରିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଲେଡି-୪୨୦ଙ୍କୁ ଗିରଫ କରିଛି। ସେ ହେଲେ କନ୍ଧମାଳ ଖଜୁରୀପଡ଼ା ଅଞ୍ଚଳର ସାବିତ୍ରୀ ବେହେରା(୨୬)। ଏହି ମାମଲାରେ ପୁଲିସ ସାବିତ୍ରୀଙ୍କ ଧରମ ଭାଇ କୁହାଯାଉଥିବା ଚନ୍ଦନ ବେହେରା ଓରଫ୍ ଚନ୍ଦନ ଆରୁଖ(୨୭)ଙ୍କୁ ମଧ୍ୟ ଗିରଫ କରିଛି। ଭୁବନେଶ୍ବର ଏମ୍‌ସରେ ଏକ ଭଲ ପଦରେ ଥିବା ଦର୍ଶାଇ ସାବିତ୍ରୀ ଅସ୍ତରଙ୍ଗ ଗଙ୍ଗପୁର ଅଞ୍ଚଳର ପ୍ରତାପ ସାହୁ, ପ୍ରକାଶ ଦାଶ, ଖୋର୍ଧା ଟାଉନ୍‌ର ରାକେଶ ଦାସ, ବରମୁଣ୍ଡାର ମହେଶ୍ବର ପ୍ରଧାନ, ଖଣ୍ଡଗିରି ସିଜୁଆର ସତ୍ୟବାନ ଛୋଟରାୟ ଓ କଟକ ବୈଦେଶ୍ବରର ସୁରେଶ ନାୟକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଭୁବନେଶ୍ବର ଏମ୍‌ସର ମହିଳା ଅଧିକାରୀ ବୋଲି ପରିଚୟ ଦେଇ ସାବିତ୍ରୀ ସେମାନଙ୍କୁ ଚାକିରି ଲୋଭ ଦେଖାଇଥିଲା। ତେଣୁ ପର୍ଯ୍ୟାୟକ୍ରମେ ସେମାନଙ୍କଠାରୁ ପ୍ରାୟ ୭୦ଲକ୍ଷ ଟଙ୍କା ସେମାନଙ୍କଠାରୁ ନେଇଥିଲା। ପ୍ରଥମେ ସତ୍ୟବାନ ହିଁ ସାବିତ୍ରୀଙ୍କ ଜାଲରେ ଫସିଥିଲେ। ସାବିତ୍ରୀ ଓ ଧରମ ଭାଇ ଚନ୍ଦନ ଜୟଦେବ ବିହାରସ୍ଥିତ ସତ୍ୟବାନଙ୍କ ଘରକୁ ଭଡ଼ାରେ ନେଇ ରହିଥିଲେ। ଘର ମାଲିକ ହିସାବରେ ତାଙ୍କୁ ଏମ୍‌ସରେ ଭଲ ଚାକିରି କରାଇବାକୁ ଲୋଭ ଦେଖାଇବାରୁ ସତ୍ୟବାନ ସାବିତ୍ରୀଙ୍କୁ ୧୭ଲକ୍ଷ ଟଙ୍କା ଦେଇଥିଲେ। ଏମିତି ଆଉ କିଛି ପିଲା ଯୋଗାଡ଼ କଲେ, ତାଙ୍କୁ କମିସନ ମିଳିବ ବୋଲି ଲୋଭ ଦେଖାଇବା ପରେ ସତ୍ୟବାନ ଅନ୍ୟମାନଙ୍କୁ ପ୍ରବର୍ତ୍ତାଇଥିଲେ।

By amfnews

Related Post