Fri. Jul 3rd, 2026

ଏପ୍ରିଲ ୨୦ ପରେ କୋହଳ ହୋଇପାରେ ଲକଡାଉନ, କିନ୍ତୁ ରହିବ ସର୍ତ୍ତ

249 Views

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୩ ଯାଏ ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ପାଳନ କରିବାକୁ କହିଛନ୍ତି। ହେଲେ ଏପ୍ରିଲ ୨୦ ପରେ ଏହାକୁ ସାମାନ୍ୟ କୋହଳ କରାଯିବାର ସଙ୍କେତ ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନକୁ ସାରା ଦେଶରେ ୨୦ ତାରିଖ ଯାଏ ଅତ୍ୟନ୍ତ କଡ଼ାକଡ଼ି ଭାବେ ଲକଡାଉନ ପାଳନ କରାଯିବ। ଏହି ସମୟରେ କେହି ବି ଘରୁ ବାହାରି ପାରିବେ ନାହିଁ।

୨୦ ତାରିଖ ଯାଏ କେନ୍ଦ୍ର ସରକାର ରାଜ୍ୟଗୁଡ଼ିକ କରୋନା ଲକଡାଉନକୁ କେତେ ଗୁରୁତ୍ୱର ସହ ନେଇଛନ୍ତି ଓ ପାଳନ କରୁଛନ୍ତି, ତା’ର ସମୀକ୍ଷା କରିବେ। ଜିଲ୍ଲାୱାରୀ, ରାଜ୍ୟୱାରୀ ଓ ସ୍ଥାନୀୟ ଅଞ୍ଚଳର କରୋନା ସ୍ଥିତି ଉପରେ ସରକାରଙ୍କ ନଜର ରହିବ। ଯେଉଁ ରାଜ୍ୟରେ କୌଣସି ନୂଆ କରୋନା ହଟସ୍ପଟ ସୃଷ୍ଟି ନ ହେବ ବା ନୂଆ ଆକ୍ରାନ୍ତ ସାମ୍ନାକୁ ନ ଆସିବେ, ସେଠାରେ ୨୦ ତାରିଖ ପରେ ଲକଡାଉନ କଟକଣାକୁ ସର୍ତ୍ତମୂଳକ ଭିତ୍ତିରେ କୋହଳ କରାଯିବ।

କଟକଣା କୋହଳ ହେଉଥିବା ଅଞ୍ଚଳରେ କିଛି ଜରୁରୀ ସେବା ଓ ବ୍ୟବସରୟିକ ପ୍ରତିଷ୍ଠାନ ଖୋଲିବାକୁ ଅନୁମତି ମିଳିପାରେ। ହେଲେ ସେଠାରେ କଡ଼ାକଡ଼ି ଭାବେ ସମାଜିକ ଦୂରତାକୁ ପାଳନ କରାଯିବ। ମୋଦି ଆଜି ଉଦବୋଧନ ଦେବା ବେଳେ ଚାଷୀ ଓ ଶ୍ରମିକଙ୍କ କଥା ଉଠାଇଥିଲେ। ସେମାନେ ଲକଡାଉନ ବେଳେ ଅଧିକ ପ୍ରଭାବିତ ହେଉଥିବାରୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ କିଛିଟା ନିୟମ କୋହଳ କରାଯିବା ବୋଲି ସେ ସୂଚନା ଦେଇଛନ୍ତି। ଆସନ୍ତାକାଲି ଏ ସମ୍ପର୍କିତ ଗାଇଡଲାଇନ ଜାରି କରାଯିବ।

By amfnews

Related Post