Sat. Apr 25th, 2026

ଏଏନ୍‌-୩୨ କ୍ରାସ୍‌: ୧୩ ବାୟୁସେନା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜନାଥ ସିଂହ

209 Views

ନୂଆଦିଲ୍ଲୀ: ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା ଯବାନମାନଙ୍କୁ ଶୁକ୍ରବାର ଦିନ ଦିଲ୍ଲୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଗତକାଲି ଅରୁଣାଚଳ ପ୍ରଦେଶରୁ ଭାରତୀୟ ବାୟୁସେନାର ଏହି ୧୩ ଜଣ କର୍ମଚାରୀଙ୍କର ଦେହାବଶେଷ ଉଦ୍ଧାର କରାଯାଇଥିଲା। ଶେଷକୃତ୍ୟ ପାଇଁ ଏବେ ଶବଗୁଡ଼ିକୁ ପରିବାରବର୍ଗଙ୍କ ନିକଟକୁ ପଠାଇ ଦିଆଯିବ।

ଅରୁଣାଚଳ ପ୍ରଦେଶର ଦୂରାନ୍ତରର ଅଞ୍ଚଳରେ ସେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ୧୭ ଦିନ ପରେ ବାୟୁସେନା ୬ ଜଣଙ୍କ ଶବ ଏବଂ ଅନ୍ୟ ୭ ଜଣଙ୍କ ପାର୍ଥିବ ଅବଶେଷ ଉଦ୍ଧାର କରିଛି। ଦୁର୍ଗମ ଅଞ୍ଚଳ ଏବଂ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା।

ରୁଷ୍‌ ନିର୍ମିତ ଏହି ବିମାନଟି ଜୁନ୍‌ ୩ ତାରିଖ ଦିନ ଉଡ଼ାଣ ଆରମ୍ଭ କରିବାର ୩୩ ମିନିଟ ପରେ ନିରୁଦ୍ଦେଶ ହୋଇ ଯାଇଥିଲା। ଦୀର୍ଘ ଆଠ ଦିନ ଖୋଜାଖୋଜି କରିବା ପରେ ଯାଇ ବାୟୁସେନାର ଏକ ହେଲିକପ୍ଟର୍‌ ଗାଟ୍ଟେ ଗାଁ ନିକଟରେ ୧୨, ୦୦୦ ଫୁଟ୍‌ ଉପରୁ ଦୁର୍ଘଟଣାଗ୍ରସ୍ତ ବିମାନର ଭଗ୍ନାଂଶ ଦେଖିଥିଲେ।

ବିମାନ ଦୁର୍ଘଟଣାର କାରଣ ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ। ଦୁର୍ଘଟଣା ସମୟରେ ବିମାନର ବ୍ଲାକ୍‌ବକ୍ସର ବହୁତ କିଛି ନଷ୍ଟ ହୋଇ ଯାଇଛି। ତେଣୁ ଦୁର୍ଘଟଣାର ପ୍ରକୃତ କାରଣ ଜାଣିବାରେ ବିଳମ୍ବ ହେବ।

By amfnews

Related Post