Sat. Jul 4th, 2026

ଉଡ଼ାଣ ପୂର୍ବରୁ ଏୟାର୍‌ ଇଣ୍ଡିଆ ବିମାନରୁ ତଳକୁ ଖସିପଡ଼ି ଏୟାର୍‌ ହୋସ୍‌ଟେସ୍‌ ଆହତ

198 Views

ମୁମ୍ବାଇ : ସୋମବାର ସକାଳେ ଛତ୍ରପତି ଶିବାଜୀ ଇଣ୍ଟର୍‌ନେସ୍‌ନାଲ୍‌ ଏୟାର୍‌ପୋର୍ଟରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଥିବା ଏୟାର୍‌ ଇଣ୍ଡିଆର ଏକ ବିମାନର କବାଟ ବନ୍ଦ କରୁଥିବାବେଳେ ଜଣେ ୫୩ ବର୍ଷୀୟ ଏୟାର୍‌ ହୋସ୍‌ଟେସ୍‌ ତଳକୁ ଖସିପଡ଼ି ଆହତ ହୋଇଛନ୍ତି। ବିମାନ ବନ୍ଦର ସୂତ୍ରରୁ ଏ ଖବର ମିଳିଛି। ବୋଇଙ୍ଗ୍‌ ୭୭୭ ବିମାନର କବାଟ ଭୂମିଠାରୁ ପ୍ରାୟ ୩୦ ଫୁଟ୍‌ ଉଚ୍ଚରେ।

ହର୍ଷା ଲୋବୋ ନାମ୍ନା ସେ ଏୟାର୍‌ ହୋସ୍‌ଟେସ୍‌ଙ୍କୁ ଆମ୍ବୁଲାନ୍‌ସ୍‌ ଯୋଗେ ନାନାବତୀ ହସ୍‌ପିଟାଲ୍‌କୁ ନିଆଯାଇଥିଲା। ତାଙ୍କର ଡାହାଣ ଗୋଡ଼ ଭାଙ୍ଗି ଯାଇଥିବା ପରି ଜଣାପଡୁଛି। ତାଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା ଅଧିକ କିଛି ସୂଚନା ମିଳି ପାରି ନାହିଁ।

ଏୟାର୍‌ ଇଣ୍ଡିଆ ଫ୍ଲାଇଟ୍‌ ୮୬୪, ବୋଇଙ୍ଗ୍‌ ୭୭୭-୩୩୭ ସକାଳ ୭ଟାରେ ଉଡ଼ାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏ ଭଳି ଅଘଟଣ ଘଟିଥିଲା। ସେତେବେଳେ ବିମାନଟି ମୁମ୍ବାଇ ବିମାନ ବନ୍ଦରର ଏକ ଫାଙ୍କାଳିଆ ସ୍ଥାନରେ ପାର୍କ କରିଥିଲା। ଶେଷରେ ୯୦ ମିନିଟ୍‌ ବିଳମ୍ବ କରି ସକାଳ ୮ଟା ୩୦ ମିନିଟ୍‌ରେ ସେ ବିମାନ ଉଡ଼ାଣ ଆରମ୍ଭ କରିଥିଲା।

By amfnews

Related Post