Tue. Sep 29th, 2026

ଉପକୂଳବର୍ତ୍ତୀ ଅଞ୍ଚଳରେ ଅଦିନ ମେଘ, ଅକ୍ଟୋବର ୩୦ରେ ହୋଇପାରେ ଆଉ ଏକ ଲଘୁଚାପ

218 Views

ନୂଆଦିଲ୍ଲୀ  : ଲଘୁଚାପ ପ୍ରଭାବରେ ଦେଶର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଅଦିନିଆ ବୃଷ୍ଟିପାତ ଲାଗି ରହିଛି। ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା କିଆର୍‌ ପ୍ରବାଭରେ ମହାରାଷ୍ଟ୍ରର ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ଜିଲ୍ଲା, ଗୋଆ, ଉତ୍ତରାଖଣ୍ଡ ଏବଂ କର୍ଣ୍ଣାଟକର ଉଦୁପି ଜିଲ୍ଲା ଓ ଦକ୍ଷିଣ ଗୁଜରାଟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ରବିବାର ରାତି ସୁଦ୍ଧା କିଆର ତୀବ୍ରତର ହୋଇ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପ୍ରବାହିତ ହେବ।

ଅକ୍ଟୋବର ମାସ ଶେଷ ଯାଏଁ ଆରବ ସାଗର ମଧ୍ୟକୁ ପ୍ରବେଶ ନ କରିବାକୁ ଭାରତୀୟ ପାଣିପାଗ ବିଭାଗ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଇ ଦେଇଛି।

ଭାରତୀୟ ପାଣିପାଗ ବିଭାଗ କହିବା ଅନୁସାରେ, ଅକ୍ଟୋବର ମାସ ୩୦ ତାରିଖ ଦିନ ଆରବ ସାଗର ଉପରେ ଆଉ ଗୋଟିଏ ଲଘୁଚାପ କ୍ଷେତ୍ର ପ୍ରସ୍ତୁତି ହେବା ପରି ମନେହେଉଛି। କିଆର ହେଉଛି ଏ ବର୍ଷର ତୃତୀୟ ସାମୁଦ୍ରିକ ବାତ୍ୟା ଏବଂ ଆରବ ସାଗର ଉପରେ ସୃଷ୍ଟ ୪ର୍ଥ ଲଘୁଚାପ। ଅଧିକାଂଶ ବାତ୍ୟା ବଙ୍ଗୋପସାଗର ଉପରେ ସୃଷ୍ଟି ହେଉଥିବା ବେଳେ ଆରବ ସାଗର ଉପରେ ବତାସ ସୃଷ୍ଟି ହେବ ଅସ୍ୱାଭାବିକ ବୋଲି ପାଣିପାଗ ବିଭାଗ କହିଛି।

By amfnews

Related Post