Sat. Apr 25th, 2026

ଉତ୍ତର ପ୍ରଦେଶର ସିୟା ଓ୍ଵାକଫ ବୋର୍ଡର ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅଭିଯୋଗ

184 Views

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ସିୟା ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ବସିମ୍‌ ରିଜଭି ତାଙ୍କ ପତ୍ନୀଙ୍କୁ ଘରେ ବନ୍ଦୀ କରି ରଖିଥିବାର ଅଭିଯୋଗ ଆସିଛି। ମେରା ହକ୍‌ ଫାଉଣ୍ଡେସନ୍‌ ନାମକ ଏକ ସାମାଜିକ ସଂସ୍ଥାର ଜଣେ ମହିଳା କାର୍ଯ୍ୟକର୍ତ୍ତା ଏଭଳି ଚାଞ୍ଚଲ୍ୟକର ଅଭିଯୋଗ ଆଣିଛନ୍ତି। ସେ ଦାବି କରିଛନ୍ତି କି ସିୟା ଓ୍ଵାକ୍‌ଫ୍‌ ବୋର୍ଡର ଅଧ୍ୟକ୍ଷ ବସିମ୍‌ ରିଜଭି ତାଙ୍କ ପତ୍ନୀଙ୍କୁ ଜବରଦସ୍ତି ଘରେ ବନ୍ଦୀ କରି ରଖିଛନ୍ତି। ଅଭିଯୋଗକାରିଣୀ ମହିଳାଙ୍କ ନାମ ହେଲା ଫରହତ ନକଭି।
ଗତକାଲି ଫରହତଙ୍କୁ ଏହି ସୂଚନା ମିଳିବା ମାତ୍ରେ ସେ ତତ୍‌କ୍ଷଣାତ୍‌ ବସିମ ରିଜଭିଙ୍କ ପତ୍ନୀଙ୍କୁ ଭେଟିବା ଲାଗି ସଆଦତଗଂଜ ସ୍ଥିତ ଅନାଥାଶ୍ରମରେ ପହଞ୍ଚିଥିଲେ। ସେ ଜୋରରେ କବାଟ ବାଡେଇଲେ ବି କେହି କବାଟ ଖୋଲି ନଥିଲେ। ଏଣୁ ତାଙ୍କର ସାକ୍ଷାତ ସମ୍ଭବପର ହୋଇନଥିଲା।

ଫରହତ ଅଭିଯୋଗ କରିଛନ୍ତି ଯେ ଓ୍ଵାକଫ ବୋର୍ଡର ଅଧ୍ୟକ୍ଷ ଓ ତାଙ୍କର ସମର୍ଥକମାନେ ତାଙ୍କୁ ଧକ୍‌କା ମାରି ଅଭଦ୍ର ଭାଷାରେ ଗାଳି ଦେଇ ବସିମଙ୍କ ପତ୍ନୀଙ୍କୁ ସେଠାରୁ ନେଇ ଚାଲି ଯାଇଥିଲେ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବସିମ ରଜଭି ଫୋନ୍‌ରେ ଜେଲ ପଠାଇ ଦେବାର ଧମକ ଦେଉଛନ୍ତି। ଏବେ ସେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିକଟରେ ଅଭିଯୋଗ କରିବେ ବୋଲି ଫରହତ୍‌ କହିଛନ୍ତି।

By amfnews

Related Post