Sun. Apr 26th, 2026

ଉତ୍ତର ପ୍ରଦେଶରେ ଜୁନ୍ ୩୦ ପର୍ଯ୍ୟନ୍ତ ସାଧାରଣ ସମାରୋହ ନିଷେଧ କଲେ ଯୋଗୀ ଆଦିତ୍ୟନାଥ

295 Views

ନୂଆଦିଲ୍ଲୀ: ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଉତ୍ତର ପ୍ରଦେଶରେ କୌଣସି ସାଧାରଣ ସମାରୋହ ନିମନ୍ତେ ଅନୁମତି ମିଳିବ ନାହିଁ ବୋଲି ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିବା କଥାକୁ ଉଦ୍ଧାର କରି ତାଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ଟୁଇଟ୍ କରି ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟ ଜଣାଇଛି ଯେ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜନ ସମାଗମ ପାଇଁ ଅନୁମତି ମିଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି। ପରିସ୍ଥିତି ଉପରେ ନିର୍ଭର କରି ପରବର୍ତ୍ତୀ ନିଷ୍ପତ୍ତି ଗ୍ରହଣ କରାଯିବ।

ପବିତ୍ର ରମ୍‌ଜାନ୍ ମାସ ଆରମ୍ଭ ହୋଇଥିବାରୁ ଘରେ ରହି ପ୍ରାର୍ଥନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜନସାଧାରଣଙ୍କୁ ନିର୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି, ରମ୍‌ଜାନ୍ ମାସ ଆରମ୍ଭ ହୋଇଯାଇଛି। କରୋନାଭାଇରସ୍ ସଂକ୍ରମଣ ଦୃଷ୍ଟିରୁ ସବୁ ଧାର୍ମିକ ନେତାମାନେ ନିବେଦନ କରିଛନ୍ତି ଯେ ଘରେ ରହି ନମାଜ ପାଠ କରନ୍ତୁ। କରୋନାଭାଇରସ୍ ସଂକ୍ରମଣ ବିସ୍ତାର ସମ୍ଭାବନା ଥିବାରୁ କୌଣସି ସ୍ଥାନରେ ଯେମିତି କିଛି କାର୍ଯ୍ୟକ୍ରମ ନ ‌ହୁଏ, ସେ ବିଷୟରେ ନିଶ୍ଚିତ ହେବା ଉଚିତ।

ଏଠାରେ ସୂଚାଇ ଦିଆଯାଇପାରେ ଯେ ଶନିବାର ସକାଳ ସୁଦ୍ଧା ଉତ୍ତର ପ୍ରଦେଶରେ କୋଭିଡ୍-୧୯ ଜନିତ ମୃତ୍ୟୁସଂଖ୍ୟା ୨୫ରେ ପହଞ୍ଚିଛି।

By amfnews

Related Post