Sat. Oct 3rd, 2026

ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ କରୋନା ସଂକ୍ରମିତ, ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି

403 Views

ଉତ୍ତରାଖଣ୍ଡ, ନଭେମ୍ବର ୨୩ : ଉତ୍ତରାଖଣ୍ଡ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ କରୋନା ସଂକ୍ରମିତ ହେବା ପରେ ସୋମବାର ଋଷିକେଶର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (ଏମ୍ସ)ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସହିତ ତାଙ୍କ ଶାଶୁ ମଧ୍ୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଯିଏକି ପୂର୍ବରୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା ।

ରବିବାର ସନ୍ଧ୍ୟାରେ ରାଜ୍ୟପାଳ ବେବି ରାନୀ ମୌର୍ଯ୍ୟ ଟ୍ୱିଟ୍ କରି କହିଛନ୍ତି, ମୋର କରୋନା ପରୀକ୍ଷା ରିପୋର୍ଟ ପଜିଟିଭ ଆସିଛି। ମୁଁ ସ୍ୱାଭାବିକ ଏବଂ ମୋର ବିଶେଷ କୌଣସି ଅସୁବିଧା ନାହିଁ। ମୁଁ ଡାକ୍ତରଙ୍କ ତତ୍ତ୍ବାବଧାନରେ ନିଜକୁ ଅଲଗା କରି ରଖିଛି। କିଛି ଦିନ ମଧ୍ୟରେ ମୋ ସହ ନିକଟବର୍ତ୍ତୀ ହୋଇଥିବା ବ୍ୟକ୍ତିବିଶେଷମାନେ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ  ।

By amfnews

Related Post