Sat. Sep 5th, 2026

ଉଜ୍ଜଳା ସ୍ବାଭିମାନ ଉତ୍ସବରେ ସାମିଲ ହେଲେ ଉମାଭାରତୀ

401 Views

ଭୁବନେଶ୍ବର : ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଲୁଥିବା ଉଜ୍ଜଳା ସ୍ବାଭିମାନ ଉତ୍ସବର ତୃତୀୟ ସଂସ୍କରଣରେ କେନ୍ଦ୍ର ମନ୍ତ୍ରୀ ଉମାଭାରତୀ ସାମିଲ ହୋଇଛନ୍ତି। ଆଜି ନୂଆଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉମାଭାରତୀ ରାଜ୍ୟର ୫୦ ହଜାରରୁ ଅଧିକ ଉଜ୍ଜଳା ହିତାଧିକାରୀ ମହିଳାଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେ କହିଥି‌େଲ, ୨୦୧୪ରେ ବିିଜେପି ସରକାର ଦାୟିତ୍ବକୁ ଆସିବା ପରେ ଆମେ ଦେଶରେ ଅନେକ ପରିବର୍ତ୍ତନ କରିଛୁ। ମହିଳାଙ୍କ ଆଖିରୁ ଲୁହ ପୋଛିବାର ବଡ଼ ଯୋଜନା ହେଉଛି ଉଜ୍ଜଳା। ଏହି ଯୋଜନାରେ ଅଧିକ ଲାଭ ଗରିବ ପରିବାରର ମହିଳା ସିଧାସଳଖ ପାଇଛନ୍ତି। ମୋଦୀ ସରକାରଙ୍କ ସମସ୍ତ ଯୋଜନା ଠାରୁ ଉଜ୍ଜଳା ଯୋଜନା ଏକ ନମ୍ବର ସଫଳ ଯୋଜନା। ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ଉଜ୍ଜଳା ପହଞ୍ଚିଛି। ରାଜ୍ୟ ସରକାରଙ୍କ ସହଯୋଗ ମିଳିଥିଲେ ଆହୁରି ଲାଭ ମିଳି ପାରିଥାନ୍ତା।

ଏହି ଅବସରରେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଓଡ଼ିଶାର ୩୭ ଲକ୍ଷ ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଞ୍ଚିସାରିଛି। ପ୍ରଧାନମନ୍ତ୍ରୀ ଦାୟିତ୍ବ ନେବା ପୂର୍ବରୁ ଓଡ଼ିଶାରେ ୧୦୦ରୁ ୨୦ ଜଣଙ୍କ ଘରେ ଏଲ୍‌ପିଜି ସଂଯୋଗ ନ ଥିଲା। ମାତ୍ର ଆଜି ଓଡ଼ିଶାର ୭୫ ପ୍ରତିଶତ ଘରେ ଏଲ୍‌ପିଜି ସଂଯୋଗ ହେଲାଣି। ଓଡ଼ିଶାରେ ଗୋଟିଏ ବି ଗରିବ ଘର ରହିବ ନାହିଁ, ଯା‌ହା ଘରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ପହଞ୍ଚି ନ ଥିବ। ଉଜ୍ଜଳା ମହିଳାଙ୍କୁ ସ୍ବାବଲମ୍ବୀ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିପାରିଛି। ଏହି ଉତ୍ସବରେ ଦୁଇ କେନ୍ଦ୍ର ମନ୍ତ୍ରୀ ହିଞ୍ଜିଳି, ଘସିପୁରା, ବା‌ଲିଶଙ୍କରା, ମାହାଙ୍ଗା ଓ ନବରଙ୍ଗପୁରର ଝରିଗାଁର ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। ଉଜ୍ଜଳା ଯୋଜନାରେ ତାଙ୍କ ଘରେ ଗ୍ୟାସ୍ ଆସିବା ପରେ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ହିତାଧିକାରୀମାନେ ବର୍ଣ୍ଣନା କରିଥିଲେ।

By amfnews

Related Post