Fri. Oct 2nd, 2026

ଉଚ୍ଛେଦ ପରେ ସବୁଜିମାକୁ ପ୍ରାଧାନ୍ୟ

203 Views

ପୁରୀ : ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ପରେ ଏବେ ସେହି ସ୍ଥାନକୁ ସବୁଜସୁନ୍ଦର କରିବାକୁ ପ୍ରୟାସ ଚାଲିଛି। ସିଂହଦ୍ୱାର ସମ୍ମୁଖରେ କରାଯାଉଥିବା ନୂତନ ବ୍ୟାରିକେଡରେ ରାଧାବଲ୍ଲଭ ମଠ ପଟକୁ ସବୁଜ ବଳୟ କରାଯାଇଛି। ସେଠାରେ ଭଳିକି ଭଳି ଗଛ ଲଗାଯାଉଛି। ୪ଫୁଟରୁ ଆରମ୍ଭ କରି ୧୫ଫୁଟ୍ ଉଚ୍ଚର ଗଛ ଲଗାଯାଇଛି। ସି ଆଲମଣ୍ଡ, ସରକା ଇଣ୍ଡିକା,ବଉଳ, ନିମ୍ୱ, ବଗନ୍ ଭିଲା, ସ୍ୱର୍ଣ୍ଣଚମ୍ପା ଓ ରାଜିଆ ଆଦି ଗଛ ଲଗାଯାଉଛି।

ଓଡିଶା ବ୍ରିଜ୍ କନଷ୍ଟ୍ରକସନ କର୍ପୋରେସନକୁ ଶ୍ରୀମନ୍ଦିର ସମ୍ମୁଖରେ ସୌନ୍ଦର୍ଯ୍ୟକରଣ କାମ ଦିଆଯାଇଛି। ଉଚ୍ଛେଦ ପରେ ଏହି ସଂସ୍ଥା ସୌନ୍ଦର୍ଯ୍ୟକରଣ କାମ କରୁଛି। ଭକ୍ତମାନଙ୍କୁ ସୁନ୍ଦର ପରିବେଶ ଦେବାକୁ ସରକାରଙ୍କର ଯୋଜନା ରହିଥିବାରୁ ଉଚ୍ଛେଦ ପରେ ସୌନ୍ଦର୍ଯ୍ୟକରଣ କାମକୁ ପ୍ରାଧାନ୍ୟ ଦିଆଯାଇଛି।

By amfnews

Related Post