Mon. Aug 31st, 2026

ଉଇଗର୍‌ ମୁସ୍‌ଲିମ ସଂପ୍ରଦାୟ ଉପରେ ବଢ଼ୁଛି ଚୀନ୍‌ର ଜୁଲମ : ୫ ଲକ୍ଷ ମୁସ୍‌ଲିମ ଶିଶୁଙ୍କୁ ବୋର୍ଡିଂ ସ୍କୁଲ ପଠାଇଲା ଚୀନ୍‌, ଅଟକ ଶିବିରରେ ରହିଛନ୍ତି ଅଭିଭାବକ

294 Views

ବେଂଜି: ଉଇଗର୍‌ ମୁସ୍‌ଲିମ ସଂପ୍ରଦାୟ ଉପରେ ଚୀନ୍‌ର ଜୁଲମ ଦିନକୁ ଦିନ ବଢ଼ୁଥିବା ବେଳେ ପ୍ରାୟ ୧୫ ଲକ୍ଷ ଲୋକଙ୍କୁ ଅଟକ ଶିବିରରେ ରଖାଯାଇଛି। ମଂଗୋଲିଆ, ରୁଷ୍‌, କଜାକ୍‌ସ୍ତାନ, କିର୍ଗିଜ୍‌ସ୍ତାନ, ତାଜିକସ୍ତାନ, ଆଫଗାନ୍ତିସ୍ତାନ ଏବଂ ପାକିସ୍ତାନରରୁ ଆସିଥିବା ମୁସ୍‌ଲିମମାନେ ଚୀନ୍‌ର ସିଂଜିୟାଙ୍ଗ ଉଇଗର୍‌ ଅଂଚଳରେ ୧୯୪୯ରୁ ରହି ଆସୁଛନ୍ତି। ତେବେ ଚୀନ୍‌ ସେମାନଙ୍କୁ ନାଗରିକ ଭାବେ ଗ୍ରହଣ କରୁନାହିଁ ଏବଂ ସ୍ବାଭାବିକ ଭାବେ ରାଷ୍ଟ୍ରର ସୁବିଧା ସୁଯୋଗରୁ ବଞ୍ଚିତ କରୁଛି। ୬୦ ବର୍ଷରୁ ଅଧିକ ସମୟ ଧରି ରହୁଥିବା ଲୋକଙ୍କୁ ମଧ୍ୟ ଚୀନ୍‌ ସନ୍ଦେହ ଦୃଷ୍ଟିରେ ଦେଖିବା ସହ ସେମାନଙ୍କୁ କଡ଼ା କଟକଣା ମଧ୍ୟରେ ରଖିଛି।

ଏବେ ଚୀନ୍‌ ପ୍ରାୟ ୫ ଲକ୍ଷ ମୁସ୍‌ଲିମ ଶିଶୁଙ୍କୁ ବୋର୍ଡିଂ ସ୍କୁଲ ପଠାଇଛି। ଏହି ପିଲାମାନଙ୍କ ଅଭିଭାବକମାନେ ଅଟକ ଶିବିରରେ ରହିଛନ୍ତି। ମୁସ୍‌ଲିମ ସମୁଦାୟ ମଧ୍ୟରେ କଠୋରପନ୍ଥୀ ଚିନ୍ତାଧାରାକୁ ଶେଷ କରିବା ପାଇଁ ସେମାନଙ୍କୁ ଅଟକ କେନ୍ଦ୍ରରେ ରଖାଯାଇଥିବା ଚୀନ୍‌ ସଫେଇ ଦେଇଛି। ଏ ବାବଦରେ ଆମେରିକା ଏବଂ ଜାତିସଂଘର କୌଣସି ପରମର୍ଶକୁ ଚୀନ୍‌ ଖାତିର୍‌ କରୁନାହିଁ ଏବଂ ନିଜସ୍ବ କଠୋର ନୀତିରେ ଉଇଗର୍‌ ମୁସ୍‌ଲିମଙ୍କୁ ନିୟନ୍ତ୍ରଣ କରୁଛି। ମୁସ୍‌ଲିମ ଶିଶୁଙ୍କ ପାଇଁ ଚୀନ୍‌ କେତେକ ସ୍ବତନ୍ତ୍ର ବୋର୍ଡିଂ ସ୍କୁଲ ଯୁଦ୍ଧକାଳୀନ ଭିତ୍ତିରେ ଖୋଲିଛି। ପରିବାରଠାରୁ ଦୂରେଇ ରହିଲେ ହିଁ ମୁସ୍‌ଲିମ ଶିଶୁମାନେ କଠୋରପନ୍ଥୀ ପ୍ରଭାବରୁ ମୁକ୍ତ ରହିବେ ବୋଲି ଚୀନ୍‌ ଅଧିକାରୀମାନେ ମତବ୍ୟକ୍ତ କରିଛନ୍ତି।

ଉଇଗର୍‌ ମୁସ୍‌ଲିମମାନଙ୍କ ସମସ୍ୟା ନେଇ ବିଭିନ୍ନ ମାନବାଧିକାର ସଂଗଠନ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେବେ ସେମାନଙ୍କୁ ଉଇଗର୍‌ ଅଂଚଳକୁ ଯିବାକୁ କୌଣସି ପ୍ରବେଶ ଅନୁମତି ମିଳୁନାହିଁ।

By amfnews

Related Post