Tue. Oct 13th, 2026

ଇସ୍ରୋ ସେଣ୍ଟର ପହଞ୍ଚିଲେ ମୋଦି, ‘ବିକ୍ରମ’ ମୁହୂର୍ତ୍ତକୁ ଅଳ୍ପ ଡେରି

380 Views

ବେଙ୍ଗାଲୁରୁ  : ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଅବତରଣ କରିବାର ଦୃଶ୍ୟ ଦେଖିବାକୁ ସାରା ବିଶ୍ୱ ଅନାଇ ରହିଥିବାବେଳେ ଖୋଦ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ପଛରେ ପଡ଼ିନାହାନ୍ତି। ପୂର୍ବରୁ ଟ୍ୱିଟ୍‌ କରି ସମସ୍ତଙ୍କୁ ଆହ୍ୱାନ କରିଥିବା ମୋଦି ନିଜେ ବେଙ୍ଗାଲୁରୁସ୍ଥିତ ଇସ୍ରୋ ସେଣ୍ଟର ପହଞ୍ଚିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଏହି ମିଶନ୍‌ ବାବଦରେ ପୂର୍ବରୁ କହିଥିଲେ, “ମୁଁ ଚନ୍ଦ୍ରଯାନ-୨ ମିଶନ୍‌ ଆରମ୍ଭରୁ ନିୟମିତ ସମୀକ୍ଷା କରିଆସୁଛି। ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଆହ୍ୱାନ କରୁଛି ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବାର ମୁହୂର୍ତ୍ତର ସିଧାପ୍ରସାରଣ ଦେଖନ୍ତୁ। ସୋଶାଲ ମିଡିଆରେ ଶେୟାର କରନ୍ତୁ। ମୁଁ ସେଥିରୁ କିଛି ରିଟ୍ୱିଟ୍‌ ମଧ୍ୟ କରିବି।”

ସୂଚନାଯୋଗ୍ୟ ଯେ, ଓଡ଼ିଶାର ଚିନ୍ମୟ ଚୌଧୁରୀଙ୍କ ସମେତ ୬୦ ଜଣ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗରେ ବସି ଏହି ଦୃଶ୍ୟ ଦେଖିବେ। କିଛି ଛାତ୍ରଛାତ୍ରୀ ଭୁଟାନରୁ ମଧ୍ୟ ଆସିବାର ଅଛି। ସେମାନେ ଇସ୍ରୋ ମହାକାଶ କ୍ୱିଜ୍‌ରେ ବିଜେତା ହୋଇ ଏହି ସୁଯୋଗ ପାଇଛନ୍ତି। ମୋଦି କହିଛନ୍ତି, ଏହି କ୍ୱିଜ୍‌ରେ ସେମାନେ ଭାଗ ନେବା ବିଜ୍ଞାନ ଓ ମହାକାଶ କ୍ଷେତ୍ରରେ ସେମାନଙ୍କ ଆଗ୍ରହକୁ ପ୍ରତିପାଦନ କରିଛି।

By amfnews

Related Post