Thu. Oct 15th, 2026

ଇଭିଏମ୍‌ରେ ଦଳୀୟ ଚିହ୍ନ ତଳୁ ବିଜେପିର ନାମ ହଟାଇବାକୁ ନିର୍ବାଚନ କମିସନ ନିକଟରେ ଅଭିଯୋଗ ଆଣିଲେ ବିରୋଧୀ ଦଳ

395 Views

କୋଲକାତା: ପଶ୍ଚିମବଙ୍ଗର ବାରାକପୋରେ ନିର୍ବାଚନ ମଣ୍ଡଳୀରେ ମକ୍‌ ପୋଲ୍‌ ଚାଲିଥିବା ବେଳେ ଇଭିଏମ୍‌ ମେସିନ୍‌ରେ କେବଳ ବିଜେପିର ଦଳୀୟ ନିର୍ବାଚନୀ ଚିହ୍ନ ତଳେ ହିଁ ଦଳର ନାମ ଲେଖା ଯାଇଥିଲା ବୋଲି ନିର୍ବାଚନ କମିସନଙ୍କ ଆଗରେ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ।

ଏ ନେଇ କଂଗ୍ରେସର ବରିଷ୍ଠ ନେତା ଅଭିଷେକ ମନୁ ସିଂଘଭି, ଅହମ୍ମଦ ପଟେଲ୍‌, ତ୍ରୁଣମୂଳ କଂଗ୍ରେସର ଦିନେଶ ତ୍ରିବେଦୀ, ଦେରେକ ଓ ବ୍ରିଏନ୍‌ ନିର୍ବାଚନ କମିସନର ସୁନୀଲ ଅରୋରାଙ୍କୁ ଭେଟି ଏହି ଅଭିଯୋଗ ଆଣିଛନ୍ତି। ଏପରି ସମସ୍ତ ଇଭଏମ୍‌କୁ ମତଦାନ କେନ୍ଦ୍ରରୁ ହଟାଇ ଦେବା ପାଇଁ ସେମାନେ ନିର୍ବାଚନ କମିସନରଙ୍କୁ ନିବେଦନ କରିଛନ୍ତି।

ନିର୍ବାଚନ ଅଧିକାରୀଙ୍କ ସହ ବୈଠକ ପରେ ଗଣମାଧ୍ୟମରେ ସୂଚନା ଦେଇ ସିଂଘଭି କହିଛନ୍ତି, ‘ଇଭିଏମ୍‌ରେ ପାର୍ଟି ଚିହ୍ନ ତଳେ ବିଜେପି ଲେଖା ଯାଇଥିବାର ଦେଖିବାକୁ ମିଳୁଛି। ଅନ୍ୟ କୌଣସି ଦଳର ନାମ ସେଠାରେ ନାହିଁ। ସେଠାରୁ ବିଜେପିର ନାମ ହଟାଯାଉ ନଥବା ଅନ୍ୟ ଦଳର ନାମ ଲେଖାଯାଉ।’

By amfnews

Related Post