Sun. Sep 27th, 2026

ଇତିହାସ ରଚିଲା ଭାରତ, ଜହ୍ନ ମାମୁକୁ ଗଲା ଚନ୍ଦ୍ରଯାନ-୨

251 Views

ନୂଆଦିଲ୍ଲୀ : ଭାରତୀୟ ସ୍ପେଶ ଇତିହାସରେ ଯୋଡ଼ି ହୋଇଛି ସ୍ୱର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ଆଜି ତା’ର ଚନ୍ଦ୍ରଯାତ୍ରା ଆରମ୍ଭ କରିଛି। ଆଜି ଠିକ୍‌ ମଧ୍ୟାହ୍ନ ୨.୪୩ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ମହାକାଶ କେନ୍ଦ୍ରରୁ ଚନ୍ଦ୍ରଯାନ-୨ ଜହ୍ନ ମାମୁ ଅଭିମୁଖେ ଉଡ଼ାଣ ଭରିଛି।

ଇସ୍ରୋର ଜିଏସ୍‌ଏଲଭି-ଏମକେ-୩ ଦ୍ୱାରା ଚନ୍ଦ୍ରଯାନ-୨ ଚନ୍ଦ୍ରକୁ ଯାଇଛି। ଏହି ଜିଏଲଏଲଭି-ଏମକେ-୩ ଇସ୍ରୋର ବାହୁବଳୀ ଭାବେ ପରିଚିତ। ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାକୁ ନେଇ ଗଠିତ ଚନ୍ଦ୍ରଯାନ-୨ରେ ୧୪ଟି ପେ ଲୋଡ୍‌ ପଠାଯାଇଛି। ଏହା ମଧ୍ୟରୁ ୮ଟି ଅର୍ବିଟରରେ ରହିଥିବା ବେଳେ ବିକ୍ରମରେ ୪ଟି ଓ ପ୍ରଜ୍ଞାରେ ୨ଟି ପେ ଲୋଡ୍‌ ରହିଛି।

ଏହି ଚନ୍ଦ୍ରଯାନ-୨ ୪୮ ଦିନ ପରେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବ। ଏହି ପ୍ରକଳ୍ପ ପାଇଁ ୯୭୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି।
ଗତ ୧୫ ତାରିଖରେ ଏହି ମିଶନ୍‌ ହେବାର ଥିଲା। ହେଲେ ଶେଷ ମୁହୂର୍ତ୍ତରେ କ୍ରାଓଜେନିକ ଇଞ୍ଜିନରେ ତ୍ରୁଟି ଯୋଗୁ ଉତ୍‌କ୍ଷେପଣକୁ ସ୍ଥଗିତ ରଖାଯାଇଥିଲା।

By amfnews

Related Post