Thu. Oct 15th, 2026

ଇଣ୍ଡୋନେସିଆରେ ୫.୭ ତ୍ରୀବ୍ରତାରେ ଭୂକମ୍ପ ଅନୁଭୂତ

236 Views

ଜାକର୍ତ୍ତା: ଇଣ୍ଡୋନେସିଆରେ ମଙ୍ଗଳବାର ୫.୭ ତ୍ରୀବ୍ରତା ଭୂକମ୍ପ ହୋଇଛି। ଗବେଷକମାନେ କହିଛନ୍ତି ଯେ ଏହି ଭୂକମ୍ପ ସକ୍‌ ବାଲି, ଲୋମ୍ବକ ଓ ଇଷ୍ଟ୍‍ ଯାଭାରେ ପ୍ରବଳ ମାତ୍ରାରେ ଅନୁଭୂତ ହୋଇଛି। ମାତ୍ର ଏହି ଭୂକମ୍ପ ସୁନାମି ସୃଷ୍ଟି କରାଇବା ପରି ଶକ୍ତିଶାଳୀ ନୁହେଁ।

ୟୁନାଇଡେଟ୍‌ ଷ୍ଟେଟ୍‌ସ ଜିଓଲୋଜିକାଲ୍‌ ସର୍ଭେରୁ ଜାଣିବାକୁ ମିଳିଛି ଯେ ଏହି ଭୂକମ୍ପ ବିଶେଷ ଭାବେ ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ବାଲି ଅଞ୍ଚଳରେ ଅନୁଭୂତ ହୋଇଛି। ତେବେ, ଏହି ଭୂକମ୍ପରେ ଏଯାବତ୍‌ କେହି ମୃତାହତ ହୋଇନଥିବା ସୂଚନା ରହିଛି।

By amfnews

Related Post