Sun. Jul 26th, 2026

ଇଣ୍ଡୋନେସିଆରେ ‘ଭଲ୍‌କାନୋ ସୁନାମି’: ୪୩ ମୃତ, ୬୦୦ ଆହତ

352 Views

ଜାତୀୟ ବିପର୍ଯ୍ୟୟ ଏଜେନ୍‌ସିର ମୁଖପାତ୍ର ସୁତୋପୋ ପୁର୍‌ଓ୍ଵ ନୁଗ୍ରୋହୋ ଏକ ବିବୃତିରେ କହିଛନ୍ତି: ୪୦ ଜଣ ଲୋକ ମରିଛନ୍ତି, ୬୦୦ ଜଣ ଲୋକ ଆହତ ହୋଇଛନ୍ତି ଏବଂ ତିନୋଟି ଅଞ୍ଚଳରେ ଦୁଇ ଜଣ ଲୋକ ନିରୁଦ୍ଦେଶ ହୋଇଛନ୍ତି.

ଶନିବାର ଦିନ ସ୍ଥାନୀୟ ସମୟ ରାତି ୯: ୩୦ରେ ଢେଉ ସବୁ ଦକ୍ଷିଣ ସୁମିତ୍ରା ଓ ଜାଭାର ପଶ୍ଚିମ ଅଗ୍ର ବେଳାଭୂମିକୁ ମାଡ଼ି ଆସିବାରୁ ଡଜନାଧିକ କୋଠା ଭାଙ୍ଗିରୁଜି ଯାଇଛି।

ଅଧିକାରୀମାନଙ୍କ କହିବା ଅନୁସାରେ, ଜାଭା ଓ ସୁମାତ୍ରା ମଧ୍ୟରେ ଥିବା ସୁଣ୍ଡା ଷ୍ଟ୍ରେଟ୍‌ରେ (ଦୁଇ ସମୁଦ୍ରକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଜଳ ସ୍ରୋତ) କ୍ଷୁଦ୍ର ଦ୍ୱୀପମାଳା ସୃଷ୍ଟି କରିଥିବା ଅନକ କ୍ରାକତୋଆରେ ଉଦ୍‌ଗୀରଣ ପରେ ଜଳମଧ୍ୟସ୍ଥ ଭୂତଳ ସ୍ଖଳନ ଏବଂ ଅମାବାସ୍ୟା ଯୋଗୁଁ ଅସ୍ୱାଭାବିକ ଢେଉ ଉଠିବାରୁ ସୁନାମି ହୋଇଥାଇ ପାରେ।

ଅନକ କ୍ରାକତୋଆ ହେଉଛି ଏକ କ୍ଷୁଦ୍ର ଆଗ୍ନେୟଗିରୀୟ ଦ୍ୱୀପ ଯାହା ୧୮୮୩ରେ କ୍ରାକତୋଆର ସାଙ୍ଘାତିକ ଉଦ୍‌ଗୀରଣ ପରେ ଅର୍ଦ୍ଧ ଶତାବ୍ଦୀ ତଳେ ସମୁଦ୍ରରୁ ଉଭା ହୋଇଥିଲା।

By amfnews

Related Post