Wed. Aug 19th, 2026

ଇଣ୍ଡିଆନ ଆଇଡଲ ଭୋଟିଂ ଆଜି : ଓଡ଼ିଆ ଝିଅ ଚେଲ୍‌ସିଙ୍କ ସପକ୍ଷରେ ଭୋଟିଂ ପାଇଁ ନିବେଦନ

268 Views

କଟକ : କଟକ ଗଣ୍ଡରପୁରସ୍ଥିତ ଏଲ.ଆର.ଡିଏଭି ପବ୍ଲିକ ସ୍କୁଲର ଛାତ୍ରୀ ଚେଲସି ବେହେରା ସ୍ଥାନ ପାଇଛନ୍ତି ସୋନି ଟିଭି ଦ୍ବାରା ପ୍ରସ୍ତୁତ ଇଣ୍ଡିଆନ ଆଇଡଲ ପ୍ରତିଯୋଗିତାର ପ୍ରଥମ ପନ୍ଦର ଜଣଙ୍କ ମଧ୍ୟରେ। ଅନୁ ମଲ୍ଲିକ, ନେହା କକ୍କର ଓ ବିଶାଲ ଦଦଲାନିଙ୍କ ଭଳି ସଂଗୀତଜ୍ଞଙ୍କୁ ନିଜର କଣ୍ଠର ଯାଦୁରେ ମୋହିତ କରିପାରିଥିବା‌ ଚେଲସିଙ୍କୁ କ୍ରିକେଟ କିମ୍ବଦନ୍ତୀ ସଚ୍ଚିନ ତେନ୍ଦୁଲକର ଟ୍ବିଟ କରି ପ୍ରଶଂସା କରିଛନ୍ତି। କିନ୍ତୁ ପ୍ରତିଯୋଗିତାରେ ବିଜୟୀ ହେବା ପାଇଁ ଭୋଟିଂର ଆବଶ୍ୟକତା ରହିଥିବାରୁ ପ୍ରତିଯୋଗିତାରେ ଥିବା ଏହି ଏକମାତ୍ର ଓଡ଼ିଆ ଝିଅଙ୍କୁ ଅଧିକରୁ ଅଧିକ ଭୋଟ ଦେବା ପାଇଁ ଡିଏଭି ଜୋନ ୧ର ରିଜିଓନାଲ ଅଫିସର କେଶବ ଚନ୍ଦ୍ର ଶତପଥୀ ଓ ସ୍କୁଲର ଅଧ୍ୟକ୍ଷ ନିରଂଜନ ସ୍ବାଇଁ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଅର୍ଥାତ ଶନିବାର ଓ ରବିବାର ରାତି ୮ଟାରୁ ୧୨ଟା ପର୍ଯ୍ୟନ୍ତ ଭୋଟିଂ ଲାଇନ ଖୋଲା ରହିବ। Sony Liv ଅଥବା Firstcry.com app କୁ ଡାଉନ ଲୋଡ୍ କରି ଭୋଟ ଦେଇ ହେବ।

By amfnews

Related Post