Sun. Sep 20th, 2026

‘ଇଣ୍ଡିଆନ୍‌ ଆଇଡଲ୍‌’ ମଞ୍ଚ ଉପରେ ଆଲିଙ୍ଗନ କରିବାକୁ ଉଠିଲେ ନେହା, ଚୁମ୍ବନ ଦେଲେ ପ୍ରତିଯୋଗୀ

318 Views

କଣ୍ଠଶିଳ୍ପୀ ବିଶାଲ ଓ ସଂଗୀତ ନିର୍ଦ୍ଦେଶ ଅନ୍ନୁ ମଲ୍ଲିକଙ୍କ ସହ ମଞ୍ଚରେ ବସିଥିବା ନେହା ଏପରି ଏକ ପରିସ୍ଥିତିରେ ଆଚମ୍ବିତ ହେବା ଛଡ଼ା ଆଉ କିଛି କରିପାରିନାହାନ୍ତି। ସେ ପ୍ରତିଯୋଗୀଙ୍କୁ ଆଲିଙ୍ଗନ କରିବାକୁ ଗଲା ବେଳେ ପ୍ରତଯୋଗୀ ଜଣକ ତାଙ୍କୁ ଓଲଟା ଚୁମ୍ବନ ଦେଇଥିବା ଦେଇଥିବା ଦେଖିବାକୁ ମିଳିଛି। ନେହାଙ୍କ ସମେତ ମଞ୍ଚରେ ଉପସ୍ଥିତ ଅନ୍ୟ ସମେସ୍ତ ମଧ୍ୟ ଏକଦମ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ। ପ୍ରତିଯୋଗୀ ଜଣକ ନେହାଙ୍କର ଜଣେ ବଡ଼ ପ୍ରଶଂସକ।

ଉଲ୍ଲେଖଯୋଗ୍ୟ, ଆପଣ ଜାଣିିଥିବେ ନିଶ୍ଚୟ ଯେ ବର୍ତ୍ତମାନ ଇଣ୍ଡିଆନ୍‌ ଆଇଡଲ୍‌ ମଞ୍ଚରେ ବିଚାରକମାନଙ୍କ ଗହଣରେ ବହୁଥିବା ନେହା ଦିନେ ନିଜେ ଏହି ମଞ୍ଚରେ ପ୍ରତିଯୋଗୀ ଭାବେ ତାଙ୍କ ଭାଗ୍ୟ ପରଖିବାକୁ ଆସିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରି ନାହାନ୍ତି। ‘ଇଣ୍ଡିଆନ୍‌ ଆଇଡଲ୍‌’ର ଜଣେ ପ୍ରତିଯୋଗୀରୁ ସେ ବର୍ତ୍ତମାନ ପାଲଟି ଯାଇଛନ୍ତି ବଲିଉଡ୍‌ର ଜଣେ ସୁପରିଚିତା ଗାୟିକା।

By amfnews

Related Post