Tue. Oct 13th, 2026

ଇଟାଲିରେ ସମ୍ମାନିତ ହେଲେ ସୁଦର୍ଶନ ପଟ୍ଟନାୟକ

277 Views

ଭୁବନେଶ୍ୱର :  ଅନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହେଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ମିଳିଛି  ‘ଇଟାଲିୟନ ଗୋଲ୍‌ଡେନ ସ୍ୟାଣ୍ଡ ଆର୍ଟ ଆଓ୍ୱାର୍ଡ-୨୦୧୯’।  ଇଟାଲିର ରୋମ୍‌ରେ  ଆୟୋଜିତ  ‘ଅନ୍ତର୍ଜାତୀୟ ସ୍କୋରାନା ନେଟିଭିଟି’ ଉତ୍ସବରେ  ଏପରି ସମ୍ମାନରେ ସମ୍ମାନିତ ହୋଇଛନ୍ତି ସୁଦର୍ଶନ।  ଏହି ଉତ୍ସବରେ ଭାରତୀୟ ହାଇକମିଶନର ଉପମୁଖ୍ୟ ନିହାରିକା ସିଂହ ମଧ୍ୟ ଉପସ୍ଥିତ ଥିଲେ। ପ୍ରଥମ ବାଲୁକା ଶିଳ୍ପୀ ଭାବେ ସୁଦର୍ଶନଙ୍କୁ ଏହି ସମ୍ମାନ ମିଳିଛି।

ଚଳିତ ମାସ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତାକାଲି ଯାଏ ଚାଲିବ। ଏହି ଅବସରରେ ସେ ୧୦ଫୁଟ ଉଚ୍ଚତା ବିଶିଷ୍ଟ ମହାତ୍ମା ଗାନ୍ଧିଙ୍କ ବାଲୁକା କଳା ନିର୍ମାଣ କରିଥିଲେ। ଏହି ଉତ୍ସବରେ ୮ଟି ଦେଶର ବାଲୁକା ଶିଳ୍ପୀ ଭାଗ ନେଇଛନ୍ତି। ସେମାନଙ୍କୁ ପଛରେ ପକାଇ ଏହି ସମ୍ମାନ ହାତେଇବାରେ ସୁଦର୍ଶନ ସଫଳ ହୋଇଥିବାରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।

By amfnews

Related Post