Sat. Jun 20th, 2026

ଆୟୁଷ ବୃଦ୍ଧି ପାଇଁ ଦରକାରି ଖାଦ୍ୟ

356 Views

ଯଦି ଆପଣ ଦୀର୍ଘ ଆୟୂଷ ଚାହାଁନ୍ତି,ତେବେ ନିଜର ଭୋଜନରେ କାର୍ବୋ ହାଇଡ୍ରେଟ୍‌ର ମାତ୍ରା ସୀମିତ ରଖନ୍ତୁ। କାରଣ ଭୋଜନରେ ଆବଶ୍ୟକତାଠାରୁ କମ୍‌ ବା ଅଧିକ କାର୍ବୋହାଇଡ୍ରେଟ୍‌ର ମାତ୍ରା ଥିଲେ ମୃତ୍ୟୁର ଆଶଙ୍କା ମଧ୍ୟ ଥାଏ। ଏକଥା ନିକଟରେ କରାଯାଇଥିବା ଏକ ଗବେଷଣାରୁ ସ୍ପଷ୍ଟ ହୋଇଛନ୍ତି।

ଏହି ଗବେଷଣାରେ ୪୫ରୁ ୬୫ ବୟସ୍କ ଶ୍ରେଣୀର ୧୫,୪୨୮ ଜଣ ବ୍ୟକ୍ତିଙ୍କୁ ସାମିଲ୍‌ କରାଯାଇଥିଲା। ଏଥିରେ ଅଂଶଗ୍ରହଣ କରିଥିବା ପୁରୁଷମାନେ ୬୦୦-୪୨୦ କ୍ୟାଲୋରି ଶକ୍ତି ଗ୍ରହଣ କରୁଥିଲେ।

ଗବେଷକମାନଙ୍କ ଆକଳନ ଅନୁଯାୟୀ, ସୀମିତ ମାତ୍ରାରେ କାର୍ବୋହାଇଡ୍ରେଟ୍‌ ଖାଉଥିବା ଲୋକମାନଙ୍କର ଆୟୂଷ କମ୍‌ । କିନ୍ତୁ ଯେଉଁମାନେ ଅଧିକ କାର୍ବୋହାଇଡ୍ରେଟ୍‌ ଯୁକ୍ତ ଖାଦ୍ୟ ସେବନ କରନ୍ତି,ସେମାନେ ଏକ ବର୍ଷ ଅଧିକ ବଞ୍ଚିଥା’ନ୍ତି ବୋଲି କୁହାଯାଏ।

କାର୍ବୋ ହାଇଡ୍ରେଟ୍‌ ଏକ କାର୍ବୋନିକ୍‌ ପଦାର୍ଥ,ଯେଉଁଥିରେ କାର୍ବନ୍‌,ହାଇଡ୍ରୋଜେନ୍‌ ଓ ଅକ୍ସିଜେନ୍‌ ଥାଏ।କାର୍ବୋ ହାଇଡ୍ରେଟ୍‌ ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ଗହମ,ମକ୍‌କା,ଚାଉଳ,ଡାଲି ଓ ବାଜରା ଆଦି ଜାତୀୟ ଖାଦ୍ୟରେ ଅଧିକ ମାତ୍ରାରେ କାର୍ବୋ ହାଇଡ୍ରେଟ୍‌ ଥାଏ।

By amfnews

Related Post