Wed. Sep 30th, 2026

ଆସୁଛି ଅକ୍ଷୟ କୁମାରଙ୍କ ଏହି ସୁପରହିଟ୍‌ ଫିଲ୍ମର ସିକ୍ୱେଲ

640 Views

ମୁମ୍ବାଇ: ଗୋଟିଏ ଫିଲ୍ମ ସୁପରହିଟ୍‌ ହେଲେ ତା’ର ସିକ୍ୱେଲ୍‌ ପ୍ରସ୍ତୁତ କରିଥାନ୍ତି ନିର୍ମାତା,ନିର୍ଦ୍ଦେଶକମାନେ। ଅକ୍ଷୟ କୁମାରଙ୍କ ଏକ ସୁପରହିଟ୍‌ ସିନେମା ହେଲା ‘ରାଓଡି ରାଠୋର’। ୨୦୧୨ ରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ବିପକ୍ଷରେ ନଜର ଆସିଥିଲେ ସୋନାକ୍ଷୀ ସିହ୍ନା। ପ୍ରାୟ ସାତ ବର୍ଷ ପରେ ‘ରାଓଡି ରାଠୋର’ର ସିକ୍ୱେଲ୍‌ ନିର୍ମାଣ ହେଉଛି ବୋଲି ଏହାର ପ୍ରଯୋଜିକା ସବୀନା ଖାନ୍‌ ସୂଚନା ଦେଇଛନ୍ତି। ସବୀନା ଖାନ୍‌ ପ୍ରଖ୍ୟାତ ନିର୍ମାତା ସଂଜୟ ଲୀଲା ଭଂସାଲୀଙ୍କ ସହିତ ମିଶି ‘ରାଓଡି ରାଠୋର’ର ନିର୍ମାଣ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ପ୍ରଭୁ ଦେବା।

ଏବେ ‘ରାଓଡ଼ି ରାଠୋର-୨’ରେ ପୁଣି ଥରେ ସୁପରଷ୍ଟାର ଅକ୍ଷୟ କୁମାରଙ୍କୁ ନେବା ଲାଗି ଇଛା ରଖିଛନ୍ତି ପ୍ରଯୋଜିକା ସବୀନା ଖାନ୍‌। ତେବେ ଏଥିରେ କିଏ ନାୟିକା ଭୂମିକା ନିଭାଇବେ, ସେ ନେଇ କିଛି କହି ନାହାନ୍ତି ସବୀନା। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ‘ରାଓଡ଼ି ରାଠୋର-୨’ର ସୁଟିଂ ଆଗାମୀ ବର୍ଷ ଆରମ୍ଭ ହେବ।

By amfnews

Related Post