Wed. Jul 29th, 2026

ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର

476 Views

ଆସାମ, ନଭେମ୍ବର ୨୩ : ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ତରୁଣ ଗୋଗୋଇଙ୍କ ସ୍ବାସ୍ଥ୍ୟବସ୍ଥା ସୋମବାର ଗୁରୁତର ହୋଇଛି। ମିଳିଥିବା ସୂଚନାନୁସାରେ, ୩ ମାସ ତଳେ କରୋନା ସଂକ୍ରମିତ ହୋଇ ସ୍ଥାନୀୟ ଜିଏମସିଏଚରେ ଭର୍ତ୍ତି ହୋଇଥିଲେ  । ବର୍ତ୍ତମାନ ଏହି ୮୪ ବର୍ଷୀୟ ରାଜନୈତିକ ବ୍ୟକ୍ତିତ୍ବ ଭେଣ୍ଟିଲେଟରରେ ଚିକିତ୍ସିତ ହେଉଥିବା ମେଡିକାଲ ପକ୍ଷରୁ ସୂଚନା ମିଳିଛି ।

ଚିକିତ୍ସା କରୁଥିବା ଡାକ୍ତରଙ୍କ କହିବା ଅନୁସାରେ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସ୍ଥିତି ଖୁବ୍ ଗୁରୁତର ରହିଛି। ଗୋଗୋଇଙ୍କ ଏଭଳି ସ୍ଥିତି ଦେଖି ଆସାମର ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ନିଜର ଦିବୃଗଡ଼ ଗସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ଗୌହାଟିରେ ପହଁଞ୍ଚିଛନ୍ତି।

ସୋନଓ୍ବାଲ ଟୁଇଟ୍ କରି ସୂଚନା ଦେଇଛନ୍ତି, ମୁଁ ଦିବୃଗଡରେ ଥିବା ଗସ୍ତ କାର୍ଯ୍ୟକ୍ରମକୁ ରଦ୍ଦ କରି ତରୁଣ ଗୋଗୋଇଙ୍କ ଦା ଓ ତାଙ୍କ ପରିବାର ପାଖରେ ରହିବା ପାଇଁ ଗୌହାଟି ଫେରି ଯାଉଛି। ଗୋଗୋଇଙ୍କ ସ୍ଥିତି ଖୁବ୍ ସଙ୍କଟାପନ୍ନ ରହିଛି। ସେ ମୋ ପାଇଁ ସବୁବେଳେ ପିତୃତୁଲ୍ୟ। ମୁଁ ତାଙ୍କର ଦୃତ ଆରୋଗ୍ୟ କାମନା କରୁଛି।

By amfnews

Related Post