Fri. Apr 24th, 2026

ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବଢିଲା +୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଅବଧି

411 Views

ଭୁବନେଶ୍ୱର, ଅକ୍ଟୋବର ୧୦ :

ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ଯୁକ୍ତ ତିନି କଲେଜ (ଡିଗ୍ରୀ କଲେଜ, ସେଲ୍ଫ ଫାଇନାସିଂ କଲେଜ, ସଂସ୍କୃତ କଲେଜ)ରେ ସ୍ନାତକ (+୩) ନାମଲେଖା ଅବଧିକୁ ପୁନର୍ବାର ବୃଦ୍ଧି କରାଯାଇଛି। ପ୍ରଥମ ପର୍ୟ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ +୩ ପ୍ରଥମ ବର୍ଷ ପାଇଁ ଆସନ୍ତା ୧୭ ତାରିଖ ପର୍ୟ୍ୟନ୍ତ ନାମ ଲେଖାଇପାରିବେ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ବୃଦ୍ଧି କରାଯାଇଛି। ସୋମବାର ପରିବର୍ତ୍ତିତ ନାମଲେଖା ସମ୍ବନ୍ଧରେ ସବିଶେଷ ବିବରଣୀ ପ୍ରକାଶ ପାଇବ ବୋଲି ଉଚ୍ଚଶିକ୍ଷା ବିଭାଗ ପର୍ଫମାନ୍ସ ଟ୍ରାକିଂ ସେଲ୍ ମୁଖ୍ୟ ମିହିର ଦାଶ ସୂଚନା ଦେଇଛନ୍ତି।

ପୂର୍ବରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଯୁକ୍ତ ୩ ନାମଲେଖା ଅବଧି ଚଳିତ ମାସ ୬ ତାରିଖ ଯାଏଁ ବୃଦ୍ଧି କରିଥିଲେ। ରାଜ୍ୟରେ ଥିବା ଯୁକ୍ତ ୩ କଳା, ବିଜ୍ଞାନ, ବାଣିଜ୍ୟ ଓ ଶାସ୍ତ୍ରୀ (ସଂସ୍କୃତ) ଶ୍ରେଣୀରେ ନାମଲେଖା ପାଇଁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସେପ୍ଟେମ୍ବର ୨୮ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ତାଲିକା ପ୍ରକାଶ ପରେ ଏଥିପାଇଁ ସେପ୍ଟେମ୍ବର ୨୮ରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ନାମଲେଖା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ତେବେ ଗତ ବର୍ଷ ଠାରୁ ଯୁକ୍ତ ୩ ଶ୍ରେଣୀରେ ନାମ ଲେଖା ପାଇଁ ଅନଲାଇନ ମାଧ୍ୟମରେ ଆଡ଼ମିସନ ଦେୟ ଦାଖଲ କରିବା ନିୟମ ଥିବା ବେଳେ ଚଳିତ ବର୍ଷ ମଧ୍ୟ ସେହି ବ୍ୟବସ୍ଥା ଲାଗୁ କରାଯାଇଛି।

By amfnews

Related Post