Mon. Aug 17th, 2026

ଆସନ୍ତା ବର୍ଷ ସବୁ ମ୍ୟାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ସିସିଟିଭି

258 Views

କଟକ :ଆଜି ପ୍ରକାଶ ପାଇଛି ମ୍ୟାଟ୍ରିକ୍‌ ପରୀକ୍ଷା ଫଳ। ହେଲେ ଗତ ବର୍ଷ ତୁଳନାରେ ଏଥର ପାସ୍‌ ହାର ନୈରାଶଜନକ ରହିଛି। ଏଥର ୭୦.୭୮ ପ୍ରତିଶତ ପାସ୍‌ ହାର ରହିଛି। ତେବେ ଆସନ୍ତା ବର୍ଷରୁ ମ୍ୟାଟ୍ରିକ୍ ପରୀକ୍ଷାକୁ ଅଧିକ କଡ଼ାକଡ଼ି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

ପ୍ରଶ୍ନପତ୍ର ଭାଇରାଲ୍ ରୋକିବା ନେଇ ଗଣଶିକ୍ଷା ପ୍ରମୁଖ ସଚିବ କହିଛନ୍ତି,“ ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯିବ। ପ୍ରତି ପ୍ରଶ୍ନପତ୍ରରେ ଏକ ସିକ୍ରେଟ୍ କୋଡ୍ ରହିବ। ପ୍ରଶ୍ନପତ୍ର ଭାଇରାଲ୍ ହେଲେ ସମ୍ପୃକ୍ତ ପରୀକ୍ଷାର୍ଥୀ ଚିହ୍ନଟ ହୋଇପାରିବେ। କେଉଁ ସ୍କୁଲ୍‌ରୁ ଭାଇରାଲ ହୋଇଛି ତାହା ସହଜରେ ଜଣାପଡ଼ିବ।

ସେ ଆହୁରି କହିଛନ୍ତି,“ ମ୍ୟାଟ୍ରିକ ଓ ମଧ୍ୟମା ବ୍ୟତୀତ ଅନ୍ୟ ପରୀକ୍ଷା ଅନଲାଇନ୍‌ରେ ହେବ। ସେହିପରି OTET ଓ OSSTET ପରୀକ୍ଷା ମଧ୍ୟ ଏଣିକି ଅନଲାଇନ୍‌ରେ ହେବ।”

By amfnews

Related Post