Thu. May 14th, 2026

ଆସନ୍ତାକାଲି ଖୋଲିବ ଦିଲ୍ଲୀ ସୀମା: ଅରବିନ୍ଦ କେଜ୍ରିୱାଲ୍

311 Views

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ଦିଲ୍ଲୀ ସୀମା ଖୋଲିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ରେସ୍ତୋରାଁ, ମଲ୍ ଏବଂ ଉପାସନାସ୍ଥଳୀ ଖୋଲିବ କିନ୍ତୁ, ହୋଟେଲ୍ ଓ ବନ୍‌କ୍ୟୁଟ୍ ହଲ୍ ଖୋଲିବା ନିମନ୍ତେ ତାଙ୍କ ସରକାର ପରେ ନିଷ୍ପତ୍ତି ଗ୍ରହଣ କରିବ।

କଟକଣା କୋହଳ ହେଉଥିଲେ ମଧ୍ୟ ସାମାଜିକ ଦୂରତା ବଜାୟ ରଖିବାକୁ ସେ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କଟକଣା କୋହଳ ହେବା ଅର୍ଥ ନୁ‌ହେଁ ଯେ, କରୋନାଭାଇରସ୍ ରୋଗ ଶେଷ ହୋଇଗଲା।

ମାସ୍କ୍‌ ପିନ୍ଧିବା ଦ୍ବାରା ତୁମେ ଅନ୍ୟ କାହାର ଉପକାର କରୁନାହଁ, ନିଜକୁ ସୁରକ୍ଷିତ ରଖୁଛ। ମତେ ଖବର ମିଳିଛି ଲୋକେ ମାସ୍କ ନ ପିନ୍ଧି ବାହାରକୁ ଯାଉଛନ୍ତି।

ବରିଷ୍ଠ ନାଗରିକମାନେ ଅଧିକ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି। ଯଥା ସମ୍ଭବ ସେମାନେ ନିଜ ପରିବାରବର୍ଗଙ୍କ ସହ ମଧ୍ୟ ମିଳାମିଶା କମ୍ କରିବା ଉଚିତ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦିଲ୍ଲୀର ସରକାରୀ ଡାକ୍ତରଖାନା ସବୁ ଏବେ ଅଳ୍ପ କିଛି ଦିନ ପାଇଁ କେବଳ ଜାତୀୟ ରାଜଧାନୀ ଅଞ୍ଚଳର କୋଭିଡ୍-୧୯ ରୋଗୀଙ୍କର ଚିକିତ୍ସା କରିବ, ଦେଶର ଅନ୍ୟାନ୍ୟ ଅଞ୍ଚଳର ରୋଗୀମାନଙ୍କର ନୁହେଁ।

କିନ୍ତୁ, ଅଙ୍କୋଲଜି ସର୍ଜରି ଟ୍ରାନ୍‌ସପ୍ଲାଣ୍ଟେସନ୍ ଆଦି ବିଶେଷ ସର୍ଜରୀ ସେବା ଯୋଗାଉଥିବା ଘରୋଇ ଡାକ୍ତରଖାନା ସବୁ ଦେଶର ସମସ୍ତ ଅଞ୍ଚଳର ରୋଗୀମାନଙ୍କ ପାଇଁ ଉନ୍ମୁକ୍ତ ରହିବ।

By amfnews

Related Post