Wed. Jul 29th, 2026

ଆସନ୍ତାକାଲି ଅାଲୋକର ପର୍ବ ଦୀପାବଳି ; ବାଣ ଓ ମିଠା ଦୋକାନରେ ଭିଡ଼

566 Views

ଭୁବନେଶ୍ୱର : ରାତି ପାହିଲେ ଦୀପାବଳି। ଅାଲୋକର ପର୍ବକୁ ଅଧିକ ରଙ୍ଗୀନ କରିବାକୁ ବାଣ, ଦୀପ ଓ ମିଠା ଦୋକାନରେ ଲାଗିଛି ଭିଡ଼। ଏଥର ରାତି ୮ଟାରୁ ୧୦ଟା ଭିତରେ ବାଣ ଫୁଟାଇବାକୁ ସୁପ୍ରିମକୋର୍ଟଙ୍କ କଟକଣା ଜାରି ହୋଇଛି। ଏହାକୁ କଡ଼ାକଡି ପାଳନ କରିବ ବୋଲି କହିଛି ପୁଲିସ୍।

ସେପଟେ ଦୀପାବଳୀ ପାଇଁ ବାଣ ବଜାରରେ ଖଚାଖଚ୍ ଭିଡ଼। ଏଥର ବଜାରକୁ ଅାସିଛି ସ୍କାଏ ସୋ, ରାଇଡର୍ ଷ୍ଟାର୍, ଚକ୍ରି, କୁମ୍ପି, ରକେଟ, ତାଳ ଫୋଟକା, ଲକ୍ଷ୍ମୀ ବମ୍ ପରି ଭଳିକି ଭଳି ବାଣ। ରାଜଧାନୀର ଖଣ୍ଡଗିରି, ବରମୁଣ୍ଡା, ଭିଏସ୍ଏସ୍ ନଗର ଖୋଲା ପଡ଼ିଆରେ ଲାଗିଛି ସ୍ୱତନ୍ତ୍ର ବାଣ ବଜାର। ରେଟ୍ ଟିକେ ଅଧିକା ରହିଛି। ହେଲେ ଗ୍ରାହକଙ୍କ ମନ ଫିକା ପଡିନି।

ସେପଟେ କଟକର ଖାନନଗରରେ ବି ବାଣ ଦୋକାନରେ ଲାଗିଛି ଗହଳି। ବାଲେଶ୍ୱରରେ ଜିଲ୍ଲା ପ୍ରଶାସନର ଅନୁମତି କ୍ରମେ ଏଥର ଦୁଇଟି ସ୍ଥାନ, ଅାଇଟିଅାଇ ପଡ଼ିଆ ଓ ପୁରୁଣା ପର୍‌ମିଟ୍ ପଡ଼ିଆରେ ବାଣ ଦୋକାନ ଖୋଲିଛି। ଖାଲି ବାଣ ନୁହେଁ, ମିଠା ଦୋକାନରେ ବି ବେପାର ଜୋରସରରେ ଚାଲିଛି।

ଏଥର ରାତି ୮ଟାରୁ ୧୦ଟା ଭିତରେ ଦୁଇ ଘଣ୍ଟା ପାଇଁ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାସହ ନିର୍ଦ୍ଦିଷ୍ଟ ଡେସିବିଲ୍‌ର ବାଣ ଫୁଟାଇବାକୁ ରହିଛି ଅନୁମତି । ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ଯେପରି କଡ଼ାକଡ଼ି ପାଳନ ହେବ ସେଥିପାଇଁ ପାଟ୍ରୋଲିଂ ଜୋରଦାର କରାଯିବ ବୋଲି କହିଛନ୍ତି କହିଛି ପୁଲିସ କମିଶନର। ସେପଟେ ବାଣ ଫୁଟାଇବା ବେଳେ ସତର୍କ ରହିବାକୁ ଟିପ୍ସ ଦେଇଛନ୍ତି ଡାକ୍ତର।

ସେପଟେ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀଙ୍କ ପୀଠରେ ଅାରମ୍ଭ ହୋଇଛି କାଳୀପୂଜା। ପ୍ରଥମ ଦିନରେ ବେଦମାତା ବେଶରେ ମାଅାଙ୍କୁ ଦର୍ଶନ ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ଅାଜିଠୁ ଚରମ୍ପାରେ ଅାରମ୍ଭ ହୋଇଛି ସାତ ଦିନ ବ୍ୟାପୀ ପ୍ରସିଦ୍ଧ କାଳୀପୂଜା।

By amfnews

Related Post