Wed. Jul 15th, 2026

ଆସନ୍ତାକାଲିକୁ ଘୁଞ୍ଚିଲା ସଲମାନଙ୍କ ଜାମିନ ଶୁଣାଣି

Salman Khan blackbuck poaching case LIVE updates:
Salman Khan blackbuck poaching case LIVE updates:
441 Views

ଆଜି ବି ଜେଲ୍‌ରେ ରହିବେ ସଲମାନ ଖାନ। କାରଣ ଆଜି ବି କୋର୍ଟରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହୋଇପାରିନି। ଆସନ୍ତାକାଲି ଏନେଇ ଶୁଣାଣି ହେବ।

ବହୁ ଚର୍ଚ୍ଚିତ କୃଷ୍ଣସାର ମୃଗ ଶିକାର ମାମଲାରେ ଗତକାଲି ଯୋଧପୁର ଜିଲ୍ଲା ଓ ସେସନ୍ସ କୋର୍ଟ ସଲମାନଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଗତକାଲି କୋର୍ଟଙ୍କ ରାୟ ଆସିବା ପରେ ସଲମାନଙ୍କ ଓକିଲ ଜାମିନ ପାଇଁ ଆବେଦନ କରିଥିଲେ। ତେବେ କୋର୍ଟ ଏହା ଉପରେ ଶୁକ୍ରବାର ଶୁଣାଣି କରିବେ ବୋଲି କହିଥିଲେ। କିନ୍ତୁ ଆଜି ବି ଶୁଣାଣି ହୋଇପାରିନାହିଁ।

ଗତକାଲି ସଜ୍ଜା ମିଳିବା ପରେ ସଲମାନଙ୍କୁ ସିଧାସଳଖ ଯୋଧପୁର ସେଣ୍ଟ୍ରାଲ୍‌ ଜେଲ୍‌କୁ ପଠାଇ ଦିଆଯାଇଥିଲା। ତାଙ୍କୁ ସେଠାରେ ଦୁଇ ନମ୍ବର ୱାର୍ଡରେ ରଖାଯାଇଛି। ଜେଲ୍‌ରେ ସେ ୧୦୬ ନମ୍ବର କଏଦୀ ଭାବେ ରହିଛନ୍ତି। ଗତକାଲି ରାତିରେ ସଲମାନ କିଛି ଖାଇ ନଥିଲେ। ତେବେ ଆଜି ସକାଳେ ଜେଲ୍ କ୍ୟାଣ୍ଟିନରୁ ଜଳଖିଆ ମଗାଇ ଖାଇଥିଲେ।

Related Post