Thu. Jul 2nd, 2026

ଆଲୋଚନା କଲେ ଧର୍ମେନ୍ଦ୍ର, ଓଡିଶାକୁ ସମସ୍ତ ପ୍ରକାର କେନ୍ଦ୍ରୀୟ ସହାୟତା ଦିଆଯିବା ନେଇ ସହମତି ପ୍ରକାଶ କଲେ ଗୃହମନ୍ତ୍ରୀ

350 Views

ଭୁବନେଶ୍ୱର, ୧୧ ଅକ୍ଟୋବର :ବାତ୍ୟା ତିତଲିକୁ ନେଇ ସାରା ଦେଶ ଚଞ୍ଚଳତା ପ୍ରକାଶ କରିଛି। ଓଡିଶା ଓ ଆନ୍ଧ୍ରରେ ତାଣ୍ଡବ ରଚିଥିବା ଏହି ସାମୁଦ୍ରିକ ଝଡ ଓଡ଼ିଶାର ବିଶେଷତଃ ଦକ୍ଷିଣ ଭାଗରେ ଥିବା ଜିଲ୍ଲାଗୁଡିକରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରର ସହୟତା ଲୋଡିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।  ସେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ଏ ବିଷୟରେ ଆଲୋଚନା କରିଛନ୍ତି। ଏହାସହ ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନଡିଆରଏଫ୍ ଟିମ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରାଯାଇଥିବାରୁ ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।\

ଶ୍ରୀ ପ୍ରଧାନଙ୍କ ସହ ଆଲୋଚନା ପରେ ଗୃହମନ୍ତ୍ରୀ ମଧ୍ୟ କେନ୍ଦ୍ରରୁ ଓଡ଼ିଶାକୁ ସମସ୍ତ ପ୍ରକାର ସହୟତା ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି। ଶ୍ରୀ ସିଂହ ଓଡିଶାର ଦରକାର ଅନୁଯାୟୀ ବିପର୍ଯ୍ୟୟ ପରିଚାଳନା ଏବଂ ପୁନଃନିର୍ମାଣ ଓ ପୁନଃଥଇଥାନ କାମରେ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ରଙ୍କ ଟ୍ୱିଟର ପୃଷ୍ଠାରୁ ଜଣାପଡ଼ିଛି।

ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟି ବାତ୍ୟା ତିତଲି ଦ୍ୱାରା ପ୍ରଭାବିତ ହୋଇଥିବା ଓଡ଼ିଶା ବିଷୟରେ ଆଲୋଚନା କଲି।ଏହି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏନଡିଆରଏଫ ଟିମର ସକ୍ରିୟତା ନେଇ ତାଙ୍କୁ ଧନ୍ୟବାଦ ଦେଲି ।ରାଜ୍ୟର ଦରକାର ଅନୁସାରେ ବିପର୍ଯ୍ୟୟ ପରିଚାଳନା ଏବଂ ପୁନଃନିର୍ମାଣ ଓ ପୁନଃଥଇଥାନ କାମରେ ସାହାଯ୍ୟ କରିବାପାଇଁ ପ୍ରତିଶ୍ରୁତି ଦେଲେ

ଅନ୍ୟପକ୍ଷରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡିଶା ଓ ଆନ୍ଧ୍ରର ଏହି ବିପତ୍ତି ସମୟରେ ସମଗ୍ର ଦେଶ ଆପଣଙ୍କ ସହ ଅଛି ବୋଲି ଦୁଇରାଜ୍ୟବାସୀଙ୍କୁ ନେଇ ମତବ୍ୟକ୍ତ କରିଛନ୍ତି। ଅନୁରୂପ ଭାବେ କେନ୍ଦ୍ର ବେସାମରିକ ବିମାନଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଆନ୍ଧ୍ର ଓ ଓଡିଶାବାସୀଙ୍କ ପାଇଁ ପ୍ରାର୍ଥନା କରିବା ସହ ଏହି ଭୟଙ୍କର ବିପତ୍ତି ଶୀଘ୍ର ଟଳିଯିବା ନେଇ ନିଜ ଟ୍ୱିଟରେ ଦର୍ଶାଇଛନ୍ତି।

By amfnews

Related Post