Sat. May 16th, 2026

ଆର୍‌ଏମ୍‌ଆର୍‌ସିରେ ୧.୨୨ କୋଟି ଟଙ୍କା ଠକେଇ, ୪ ଗିରଫ

300 Views

ଭୁବନେଶ୍ବର, ୨୭ ।୧୦ : ଚନ୍ଦ୍ରଶେଖରପୁର ଆର୍‌ଏମ୍‌ଆରସି ୧.୨୨ କୋଟି ଟଙ୍କା ଆତ୍ମସାତ କରିବା ଅଭିଯୋଗରେ କ୍ରାଇମବ୍ରାଞ୍ଚର ଅର୍ଥ‌େନୖତିକ ଅପରାଧ ଶାଖା ୪ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଆନ୍ଧ୍ରପ୍ରଦେଶ ବିଶାଖପାଟଣାର ପାଣ୍ଡୁ ରାଙ୍ଗା ରାଓ, ଭଦ୍ରକ ଭଣ୍ଡାରିପୋଖରୀ ଅଚ୍ୟୁତାନନ୍ଦ ଦାସ, ଭଂଜନଗର ଭେଜିପୁଟର ରଂଜିତ କୁମାର ଷଡ଼ଙ୍ଗୀ, ମୁମ୍ବାଇର କିସେନ କୁମାର ସିଂହ। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ସମସ୍ତଙ୍କ ଜାମିନ୍‌ ନାମଞ୍ଜୁର ହୋଇଯାଇଛି।

ଏହି ଘଟଣାରେ ପୂର୍ବରୁ କ୍ରାଇମବ୍ରାଞ୍ଚ ଆର୍‌ଏମ୍‌ଆର୍‌ସି ଷ୍ଟେ‌ନୋ ଦିଲ୍ଲୀପ କୁମାର ମହାନ୍ତିଙ୍କୁ ଗିରଫ କରି ସାରିଛି। କ୍ରାଇମବ୍ରାଞ୍ଚଠାରୁ ମିଳିଥିବା ସୂଚନା ମୁତାବକ, ଜାଲ କାଗଜପତ୍ର ମାଧ୍ୟମରେ ଉପରୋ‌କ୍ତ ଅଭିଯୁକ୍ତମାନେ ଆର୍‌ଏମ୍‌ଆର୍‌ସିରେ ପାଖାପାଖି ୧.୨୨ କୋଟି ଟଙ୍କା ଠକେଇ କରିଥିଲେ। ଏ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୋଗ ହେବା ପରେ ତଦନ୍ତ ଆରମ୍ଭ ହୋଇଥିଲା।

By amfnews

Related Post