Sat. Oct 3rd, 2026

ଆରପାରିରେ ଓଲିଉଡର ବର୍ଷିୟାନ ତଥା ବରିଷ୍ଠ ଅଭିନେତା ଅଜିତ ଦାଶ

529 Views

ଭୁବନେଶ୍ବର, ସେପ୍ଟେମ୍ବର ୧୩ : ବର୍ଷୀୟାନ ଅଭିନେତା ଅଜିତ ଦାଶଙ୍କର ଆଜି ପରଲୋକ ଘଟିଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା। ସେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସ୍ବର୍ଗତ ଦାଶ ‘ସିନ୍ଦୂରବିନ୍ଦୁ’ରୁ ଫିଲ୍ମର କ୍ୟାରିୟର ଆରମ୍ଭ କରିଥିଲେ। ହାକିମ ବାବୁ, ମା, ତୁଣ୍ଡବାଇଦ ପରି ଫିଲ୍ମରେ ଅଭିନୟ କରି ଓଡ଼ିଆ ଦର୍ଶକଙ୍କ ମନ କିଣିଥିଲେ। ଚଳଚ୍ଚିତ୍ର ବ୍ୟତୀତ ନାଟକରେ ମଧ୍ୟ ସେ ନିଖୁଣ ଅଭିନୟ କରିଛନ୍ତି। ସେ ମଧ୍ୟ ରାଜ୍ୟ ସଂଗୀତ ନାଟକ ମହାବିଦ୍ୟାଳୟରେ କିଛି ବର୍ଷ ଧରି ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଥିଲେ।

ତେବେ ସେ ୬୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ୧୯୭୬ରେ ସିନ୍ଦୂର ବିନ୍ଦୁ ଫିଲ୍ମରେ ପ୍ରଥମେ ଅଭିନୟ କରିଥିଲେ ।

By amfnews

Related Post