Fri. Apr 24th, 2026

ଆରଏସପି ହଟ୍ ଷ୍ଟ୍ରିପ ମିଲ ବିଭାଗୀୟ ଦଳଙ୍କ ପ୍ରଶଂସନୀୟ ପ୍ରୟାସ ଦ୍ୱାରା ବିପୁଳ ସଞ୍ଚୟ ସାଧନ

386 Views

ରାଉରକେଲା, ୨୧/୭  : ରାଉରକେଲା ଇସ୍ପାତ କାରଖାନାର ହଟ୍ ଷ୍ଟ୍ରପ୍ ମିଲର ଏକ ବିଭାଗୀୟ ଦଳ ଫିନିସିଙ୍କ ମିଲ୍ରେ ସୂଚାରୁ ରୋଲିଙ୍ଗ ସମ୍ପନ୍ନ କରିବା ନିମନ୍ତେ ଆବଶ୍ୟକୀୟ ରୋଲ କୁଲିଙ୍ଗ ୱାଟରର ଅନବରତତା ସୁନିଶ୍ଚିତ କରିବା ପାଇଁ ସଫଳତା ସହକାରେ ଏକ ଅଟୋମେଟେଡ ମନିଟରିଙ୍ଗ ବ୍ୟବସ୍ଥାର ଆଂଶିକ ପରିବର୍ତ୍ତନ ଓ ସ୍ଥାପନା କରିଛନ୍ତି ।

ଉଲ୍ଲେଖନୀୟ ଯେ, ଆବଶ୍ୟକୀୟ ପ୍ରେସର ଯୁକ୍ତ ରୋଲ କୁଳିଙ୍ଗ ୱାଟରର ଅନବରତ ପ୍ରବାହ ଅପରେଟରଙ୍କର ନିରୀକ୍ଷଣ ଦ୍ୱାରା ଆକାଙ୍ଖିତ ରୋଲ କୁଲିଙ୍ଗ ସୁନିଶ୍ଚିତ ହେଉଥିଲା । ଅନ୍ୟଥା ରୋଲ ବ୍ରେକେଜ ଅଥବା ରୋଲ ଷ୍ଟପେଜ ତଥା ଉତ୍ପାଦନ ବ୍ୟାଘାତର ସମ୍ଭାବନା ରହୁଥିଲା । ବିଭାଗର ସିନିୟର ଟେକନିସିଆନ ଡି. ମିଞ୍ଜ ଏବଂ ଡି. ଷଡଙ୍ଗୀ, ଆସିଷ୍ଟାଣ୍ଟ ରୋଲର ବି. ହେମ୍ବ୍ରମ ଓ ଏଚ. ଦାସ ବିଭାଗର ଏଜିଏମ ଏନ.ଆର. ସାହୁ ଏବଂ ଡିଜିଏମ ଆର. କେ. ମୁଦୁଲିଙ୍କ ତତ୍ତ୍ୱାବଧାନରେ ଏହି ବ୍ୟବସ୍ଥାରେ ଉନ୍ନତି ସାଧନର ଆହ୍ୱାନମୂଳକ କାର୍ଯ୍ୟକୁ ହାତକୁ ନେଇଥିଲେ ।

ପୂର୍ବରୁ ଜଳର ଚାପ ବର୍ଗ ସେଣ୍ଟିମିଟର ପିଛା ୪ କିଲୋଗ୍ରାମରୁ ହ୍ରାସ ପାଇଲେ ଫଲ୍ଟ ସୃଷ୍ଟି ହେଉଥିଲା । ବର୍ତ୍ତମାନ ଉକ୍ତ ଦଳ ଦ୍ୱାରା ହେଡର ନୋଜାଲର ପ୍ରବେଶ ଓ ପ୍ରସ୍ଥାନରେ ଚାପ ପରିଚାଳନା ନିମନ୍ତେ ଅପରେଟର କ୍ୟାବିନ ପିଏଲ୍ସି ଇନପୁଟରେ ଲାଇଟ ଇଣ୍ଡିକେଟର ଓ ଆଲାର୍ମ ବ୍ୟବସ୍ଥା କରାଯାଇଛି । ଏହାକୁ ନିଜସ୍ୱ ସମ୍ବଳର ଉପଯୋଗ ପୂର୍ବକ ବିକାଶ ସାଧନ କରାଯାଇଛି ।

ସମ୍ପ୍ରତି ଚାପରେ ହ୍ରାସ ଘଟିଲେ ଲାଇଟ ଓ ସାଉଣ୍ଡ ସିଗନାଲ ସୃଷ୍ଟି କରୁଛି ଏବଂ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ସତର୍କ କରାଉଛି । ଏହି ବ୍ୟବସ୍ଥା ସହିତ ରୋଲ ବ୍ରେକେଜ, ଫାୟାର କ୍ରାକ, ରୋଲ ଓଭରହିଟିଙ୍ଗ ଏବଂ ସ୍ମଲ ମାର୍କ ଆଦି କମ ହୋଇାପରିଛି ତଥା ରୋଲ ଲାଇଫରେ ବୃଦ୍ଧି ପରିଲକ୍ଷିତ ହୋଇଛି ଏବଂ ଉତ୍ପାଦର ମାନରେ ଉନ୍ନତି ଘଟିବା ସଙ୍ଗେ ସଙ୍ଗେ କାରଖାନାର ଲାଭାର୍ଜ୍ଜନତାର ବୃଦ୍ଧି ଘଟିଛି ।

Related Post