Fri. Jul 3rd, 2026

ଆରଏଲଡି ନେତା ଅଜିତ ସିଂହଙ୍କୁ ଜୋତା କାଢ଼ିବାକୁ କହିଲେ ବିଏସ୍ ପି ସଂଯୋଜକ

446 Views

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ ଏସ୍‌ପି-ବିଏସପି ଓ ଆରଏଲ୍‌ଡି ମେଣ୍ଟ କରି ସାଧାରଣ ନିର୍ବାଚନ ଲଢୁଛନ୍ତି। ୨୦୧୪ରେ ଏମାନେ ଅଲଗା ଭାବେ ଲଢି ପରାଜୟର ସମ୍ମୁଖୀନ ହୋଇଥିଲେ। ଏଥର ବିଏସପି ସୁପ୍ରିମୋ ମାୟାବତୀ ହିଁ ଏହି ମେଣ୍ଟର ନେତୃତ୍ୱ ନେଉଛନ୍ତି। କୁହାଯାଉଛି ଯେ କେଉଁଠାରେ ରାଲି ହେବ, ସେଠାରେ କିଏ ଯୋଗ ଦେବ, କିଏ କାହା ପରେ ଭାଷଣ ଦେବେ,ସେ ସବୁ କଥା ସ୍ଥିର କରିଛନ୍ତି ମାୟାବତୀ।

ନିକଟରେ ଉତ୍ତରପ୍ରଦେଶର ଦେବବନ୍ଦଠାରେ ଆୟୋଜିତ ସମାବେଶରେ ଏକ ଘଟଣା ବେଶ୍‌ ଚର୍ଚ୍ଚିତ ହୋଇଛି। ଏହି ସଭା ମଞ୍ଚରେ ଚଢିବା ପୂର୍ବରୁ ଆରଏଲଡି ନେତା ଅଜିତ ସିଂହଙ୍କୁ ନିଜର ଜୋତା କାଢିବାକୁ ପଡ଼ିଛି। ସହାରନପୁରର ଦେବବନ୍ଦରେ ଆୟୋଜିତ ମହାମେଣ୍ଟର ସମାବେଶରେ ପ୍ରଥମେ ମାୟାବତୀ ମଞ୍ଚ ଉପରକୁ ଚଢିଥିଲେ। ତାଙ୍କ ପଛରେ ସମାଜବାଦରୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଞ୍ଚକୁ ଆସିଥିଲେ।

ଏହାପରେ ଯେତେବେଳେ ଆରଏଲଡି ନେତା ଅଜିତ ସିଂହ ମଞ୍ଚ ଉପରକୁ ଚଢିବାକୁ ଯାଉଥିଲେ,ସେତେବେଳେ ବିଏସପିିର ଜଣେ ସଂଯୋଜକ ତାଙ୍କୁ ଅଟକାଇ ଜୋତା ଓହ୍ଲାଇବାକୁ ତାଗିଦ୍‌ କରିଥିଲେ। ସେ କହିଥିଲେ ଯେ ମଞ୍ଚରେ ତାଙ୍କ ସହ ସହ କେହି ଜୋତା ପିନ୍ଧି ବସନ୍ତୁ,ଏହା ଚାହାଁନ୍ତି ନାହିଁ ମାୟାବତୀ। ଏଣୁ ଅଜିତ ସିଂହ ବାଧ୍ୟହୋଇ ନିଜର ଜୋତାକୁ ତଳେ ରଖି ଖାଲି ପାଦରେ ମଞ୍ଚ ଉପରକୁ ଯାଇଥିଲେ। ଏହି ଘଟଣା ଉତ୍ତରପ୍ରଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

By amfnews

Related Post