Mon. Sep 28th, 2026

ଆମେ ଚାହୁଁଥିଲୁ କୁମ୍ବଲେ କୋଚ୍‌ ରୁହନ୍ତୁ ହେଲେ ସେ ମନା କରି ଦେଇଥିଲେ: ଲକ୍ଷ୍ମଣ

435 Views

ବିଶାଖାପାଟନମ୍‌: ବିସିସିଆଇ କ୍ରିକେଟ ପରାମର୍ଶଦାତା କମିଟି(ସିଏସି)ର ସଦସ୍ୟ ଏବଂ ମହାନ ବ୍ୟାଟସ୍‌ମ୍ୟାନ୍‌ ଭିଭିଏସ୍‌ ଲକ୍ଷ୍ମଣ ଶୁକ୍ରବାର କହିଛନ୍ତି, କମିଟି ଚାହୁଁଥିଲା ଯେ, ଅନୀଲ କୁମ୍ବଲେ ଭାରତର କୋଚ୍‌ ରୁହନ୍ତୁ କିନ୍ତୁ ଗତ ବର୍ଷ ଅଧିନାୟକ ବିରାଟ କୋହଲିଙ୍କ ସହିତ ମତାନ୍ତର ହେବା ପରେ ପଦରେ ସେ (କୁମ୍ବଲେ) ରହିବାକୁ ଚାହିଁ ନଥିଲେ। ଗତ ବର୍ଷ ଚାମ୍ପିଅନସ୍‌ ଟ୍ରଫି ସମୟର ଘଟଣାକ୍ରମକୁ ମନେ ପକାଇ ଲକ୍ଷ୍ମଣ କହିଛନ୍ତି, ଯେତେବେଳେ ପୂର୍ବତନ ପ୍ରସିଦ୍ଧ ସ୍ପିନର ନିଜର କୋଚ୍‌ ପଦରୁ ଇସ୍ତଫା ଦେଇ ଦେଇଥିଲେ ସେହି ସମୟରେ ସମସ୍ତ କ୍ରିକେଟ ପ୍ରେମୀ ଓ ପ୍ରଶଂସକ ସ୍ତବ୍ଧ ପାଲଟି ଯାଇଥିଲେ।

ପୂର୍ବତନ କ୍ରିକେଟର ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାରରେ କହିଛନ୍ତି, ମୁଁ ଭାବୁଛି କୋହଲି ସୀମା ଅତିକ୍ରମ କରିଛନ୍ତି। ସିଏସିକୁ ଲାଗୁଥିଲା ଯେ, କୁମ୍ବଲେ ପଦରେ ରହିବାର ଥିଲା କିନ୍ତୁ ସେ ଚାହୁଁଥିଲେ ପଦ ଛାଡ଼ିବା ଠିକ୍‌ ନିଷ୍ପତ୍ତି ହେବ। କ୍ରିକେଟ ପରାମର୍ଶଦାତା କମିଟିରେ ଲକ୍ଷ୍ମଣଙ୍କ ସହିତ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ମଧ୍ୟ ସାମିଲ ଥିଲେ, ଯେଉଁମାନେ କି ୨୦୧୬ରେ କୁମ୍ବଲେଙ୍କୁ ଚୟନ କରିଥିଲେ। କୁମ୍ବଲେ ଏବଂ କୋହଲିଙ୍କ ମଧ୍ୟରେ ମତାନ୍ତର ସର୍ବସାଧାରଣରେ ଆଲୋଚନା ହେବା ପରେ କୁମ୍ବଲେ ପଦ ଛାଡ଼ିଥିଲେ।

By amfnews

Related Post