Mon. May 20th, 2024

ଆମେରିକାର ଆତଙ୍କବାଦ ବୟାନକୁ ପାକିସ୍ତାନର ଆପତ୍ତି

By Prasanta Patnaik Aug 24, 2018 #Featured
262 Views

ଲାହୋର, ଅଗଷ୍ଟ ୨୪:

ପାକିସ୍ତାନ ଟାର୍ଗେଟରେ ଆମେରିକା । ଭାଷା ସଂଯତ କରିବା ପାଇଁ ଦେଲା ପରାମର୍ଶ । ପାକ୍ ବୈଦେଶିକ ମନ୍ତ୍ରାଳୟ ଦ୍ୱାରା ଜାରି ଏକ ବୟାନରେ ଆମେରିକା ବୈଦେଶିକ ମନ୍ତ୍ରାଳୟକୁ ନିଜର ବୟାନ ଠିକ୍ କରିବା ପାଇଁ କୁହାଯାଇଛି । ଆମେରିକା ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଦେଶରେ ଚାଲୁଥିବା ଆତଙ୍କବାଦକୁ ରୋକିବା ପାଇଁ ଦେଇଥିବା ବୟାନ ଉପରେ ଏହି ପ୍ରତିକ୍ରିୟା ରଖିଛି ପାକ୍ ।

ଆମେରିକା ବୈଦେଶିକ ମନ୍ତ୍ରାଳୟର ପ୍ରବକ୍ତା ହୀଥର ନାୟୋଟ୍ ମନ୍ତ୍ରୀ ପାମ୍ପିୟୋ  ଇମରାନଙ୍କ ସହ ଆଲୋଚନା କରିବା ସହ ଦେଶରେ ଚାଲୁଥିବା ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଲଗାମ ଲଗାଇବା ପାଇଁ କହିଥିଲେ । ଏହା ସହ ଆଫଗାନିସ୍ଥାନରେ ଶାନ୍ତି ପ୍ରତିଷ୍ଠା ପାଇଁ ପାକ୍ ଉଦ୍ୟମ କରୁ ବୋଲି କହିଥିଲେ ହୀଥର । କିନ୍ତୁ ପାକ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି କି, ହୀଥର ଇମରାନଙ୍କୁ ଅଭିନନ୍ଦନ ଜଣାଇବା ସହ ଆତଙ୍କବାଦ ପ୍ରସଙ୍ଗ ବ୍ୟତିତ ଅନ୍ୟ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ ।

ପାକ୍ ସଚିବ ମହମ୍ମଦ ଫୈଜଲ କହିଛନ୍ତି କି,   ପାମ୍ପିୟୋ ଏବଂ ଇମରାନଙ୍କ ମଧ୍ୟରେ ଫୋନ୍ ଯୋଗେ କଥାବାର୍ତା ହେ।।ଇଥିଲା । ଆମେରିକା ବିଭାଗ ଦେଇଥିବା ତଥ୍ୟ ଭୁଲ ଥିବା ସେ କହିଛନ୍ତି । ସେ ନିଜ ଟ୍ୱିଟରରେ ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପ ସମ୍ବନ୍ଧରେ କୌଣସି ଆଲୋଚନା ହୋଇ ନଥିବା କହିଛନ୍ତି ।

ପାକିସ୍ତାନ ଗଣମାଧ୍ୟମର ତଥ୍ୟାନୁସାରେ ପାମ୍ପିୟୋ ସେପ୍ଟେମ୍ବରରେ ଇସଲାମବାଦ ଗସ୍ତ କରିପାରନ୍ତି । ଗତ ଜାନୁଆରୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ ଆମେରିକା ଉପରେ ମିଛ କହିବା ସହ ଧୋକା ଦେଇଥିବା ଅଭିଯୋଗ ଲଗାଇଥିଲେ  । ଆମେରିକା କଂଗ୍ରେସରେ ଏକ ବିଲ୍ ପାସ୍ କରାଯାଇ ପାକିସ୍ତାନୀ ସେନାକୁ ଦିଆ ଯାଉଥିବା ସହାୟତା ରାଶିକୁ ହ୍ରାସ କରାଯାଇଥିଲା ।

By Prasanta Patnaik

Prasanta Patnaik is one of the senior-most media personalities of Odisha. He is also one of the first founder members of the Associated Media Foundation.

Related Post