Wed. Jul 22nd, 2026

ଆମେରିକାରେ ସଡ଼କ ଦୁର୍ଘଟନା ଯୋଗଁ ‘ଗିତମ୍‌’ ବିଶ୍ୱବିଦ୍ୟାଳୟର ସଂସ୍ଥାପକ ଏବଂ ଟିଡିପି ନେତା ଏମ୍‌ଭିଭିଏସ୍‌ ମୂର୍ତ୍ତି ନିହତ

282 Views

ବିଶାଖାପଟନମ୍‌ : ପୂର୍ବତନ ସାଂସଦ ଏମ୍‌ଭିଭିଏସ୍‌ ମୂର୍ତ୍ତି ଏବଂ ଅନ୍ୟ ଦୁଇ ଜଣ ବିଶାଖାପଟନମ୍‌ବାସୀଙ୍କର ବୁଧବାର ଭୋର୍‌ ସାଢ଼େ ଚାରିଟା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ଆଲସ୍କା ଠାରେ ସଡ଼କ ଦୁର୍ଘଟନା ଯୋଗୁଁ ମୃତ୍ୟୁ ଘଟିଛି।

ଗୋଲ୍‌ଡ୍‌ସ୍ପଟ୍‌ ମୂର୍ତ୍ତି ନାମରେ ଜଣାଶୁଣା ଏମ୍‌ଭିଭିଏସ୍‌ ଜଣେ ଖ୍ୟାତନାମା ଶିଳ୍ପପତି ଏବଂ ବିଶାଖାପଟନମସ୍ଥିତ ‘ଗାନ୍ଧୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲଜି ଆଣ୍ଡ୍‌ ମ୍ୟାନେଜ୍‌ମେଣ୍ଟ୍‌ ୟୁନିଭର୍ସିଟି’ର (ଗିତମ୍‌) ସଂସ୍ଥାପକ।

ତାଙ୍କର ଆତ୍ମୀୟମାନଙ୍କ କହିବା ଅନୁସାରେ, କାଲିଫର୍ଣ୍ଣିଆରୁ ତାଙ୍କୁ ନେଇ ଯାଉଥିବା ଗାଡ଼ିଟି ବିପରୀତ ପଟୁ ଆସୁଥିବା ଗୋଟିଏ ଟ୍ରକ୍‌ ସହ ଧକ୍କା ଖାଇଥିଲା।

ପାର୍କସ୍‌ ହାଇେଓ୍ଵରେ ଘଟିଥିବା ଏହି ଦୁର୍ଘଟନା ଯୋଗୁଁ ଚାରିଜଣଙ୍କର ମୃତ୍ୟୁ ହେବା ସହ ଅଧିକ ଆହତ ହୋଇଥିବା ସେଠାକର ଏକ ଗଣମାଧ୍ୟକ ରିପୋର୍ଟ କରିଛି।

ଅନ୍ୟ ଦୁଇ ମୃତ ବ୍ୟକ୍ତି ହେଉଛନ୍ତି ବେଲି ବୋଲୁ ବାସମବପୁନ୍ନୈୟା ଏବଂ ଭିବିଆର୍‌ ଚୌଧୁରୀ। ସେହି କାର୍‌ରେ ଯାଉଥିବା କାଦିଆୟାଲା ଭେଙ୍କଟରମଣଙ୍କୁ ବିମାନ ଯୋଗେ ନିକଟବର୍ତ୍ତୀ ଡାକ୍ତରଖାନାକୁ ନିଆଯାଇଛି ଏବଂ ସେ ସେଠାରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

By amfnews

Related Post